ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ସରକାରଙ୍କ ‘ଲକ୍ଷ୍ମୀ’ ବସ୍‌ ଯୋଜନାକୁ ତୀବ୍ର ବିରୋଧ

0

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ବସ୍‌ ଯୋଜନାକୁ ତୀବ୍ର ବିରୋଧ । ରାଜ୍ୟ ସରକାରଙ୍କ ଦ୍ବାରା ଆସନ୍ତା ୨ ତାରିଖରେ ଆରମ୍ଭ ହେବାକୁ ଥିବା ସର୍ବସାଧାରଣ ପରିବହନ ବ୍ୟବସ୍ଥା ‘ଲକ୍ଷ୍ମୀ’ ଯୋଜନାକୁ ଘରୋଇ ବସ୍‌ ମାଲିକ ସଂଘ  ବିରୋଧ କରିଛି। ଆସନ୍ତା ଅକ୍ଟୋବର ୧୦ ତାରିଖରେ ରାଜ୍ୟବ୍ୟାପି ଯାତ୍ରୀବାହୀ ବସ୍‌ ଧର୍ମଘଟ ହେବ। ଫଳରେ ସେହିଦିନ ଯାତ୍ରୀବାହୀ ବସ୍‌ଗୁଡ଼ିକ ଚଳାଚଳ ବନ୍ଦ ରହିବ। ଏହା ଦ୍ବାରା ଘରୋଇ ବସ୍‌ ଉପରେ ନିର୍ଭର କରୁଥିବା ଯାତ୍ରୀମାନେ ଅସୁବିଧାର ସାମ୍ନା କରିବେ।

ଅଲ ଓଡ଼ିଶା ବସ୍‌ ମାଲିକ ସଙ୍ଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ବସ୍‌ ଧର୍ମଘଟ ନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଅଲ ଓଡ଼ିଶା ବସ୍‌ ମାଲିକ ସଙ୍ଘରେ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି। ଆସନ୍ତା ୧୦ତାରିଖରେ ସାରା ରାଜ୍ୟରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ବସ ଧର୍ମଘଟ ହେବ। ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ଯୋଜନାକୁ ବିରୋଧ କରି ବସ ଧର୍ମଘଟ ହେବ।

ଆସନ୍ତା ୨ତାରିଖରେ ମାଲକାନଗିରିରେ ଏହି ଯୋଜନାର ଶୁଭାରମ୍ଭ ହେଉଥିବାରୁ ସେହି ଦିନ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୨୪ଘଣ୍ଟିଆ ବସ୍‌ ଚଳାଚଳ ବନ୍ଦ ରହିବ। ବାହାର ଜିଲ୍ଲାରୁ କୌଣସି ବସ୍‌ ସେହି ୪ଜିଲ୍ଲା (କୋରାପୁଟ, ମାଲକାନଗିରି, ଜୟପୁର ଏବଂ ନବରଙ୍ଗପୁର)କୁ କୌଣସି ବସ ଯିବ ନାହିଁ ବୋଲି ଏହି ବୈଠକ ରେ ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାର ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଯାହାକି ଘରୋଇ ବସ୍ ମାଲିକଙ୍କୁ ଘୋର କ୍ଷତି ପହଞ୍ଚାଇବା ସହ ଏହା ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର କର୍ମଚାରୀଙ୍କ ପେଟ ପାଟଣାକୁ ଲାତ ମାରିଲା ବୋଲି କହିଛି ଘରୋଇ ବସ୍ ମାଲିକ ସଂଘ।

Leave A Reply

Your email address will not be published.