ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା

0

ଭୁବନେଶ୍ବର: ଡେଣ୍ଟାଲ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଛାତ୍ରୀ ଜଣଙ୍କ ଭୁବନେଶ୍ୱରର ଏକ ଘରୋଇ ମେଡିକାଲ କଲେଜରେ ପଢ଼ୁଥିଲେ। ସେ ଡେଣ୍ଟାଲ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ରୀ ଥିଲେ। ମୃତ ଛାତ୍ରୀଙ୍କ ଘର ପଶ୍ଚିମବଙ୍ଗ ହୁଗୁଳିରେ ବୋଲି ଜଣାପଡ଼ିଛି।

ଛାତ୍ରୀ ଜଣଙ୍କ କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ ତା’ର କାରଣ ଜଣାପଡ଼ି ନାହିଁ। ଏ ନେଇ ପୋଲିସ ଏକ ଅପ ମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି । ସେପଟେ ମୃତ ଛାତ୍ରୀଙ୍କ ପରିବାର କହିଛନ୍ତି, ଝିଅ କୌଣସି ମାନସିକ ଚାପରେ ନଥିଲେ । ସକାଳୁ ଘରେ କଥା ହୋଇଥିଲେ । ମୃତ ଛାତ୍ରୀଙ୍କ  ମୋବାଇଲ ଫୋନକୁ ଯବତ କରି ପୋଲିସ ତଦନ୍ତ କରୁଛି ।

Leave A Reply

Your email address will not be published.