ପ୍ରମୁଖ ଖବର

ଅଗଷ୍ଟ ୧ରୁ ବଦଳିବ ସ୍ପିଡ୍ ପୋଷ୍ଟ ନିୟମ, ଜାଣନ୍ତୁ କଣ ହେବ ପରିବର୍ତ୍ତନ
ରାଜ୍ୟସଭାରେ ପାସ୍ ହେଲା ଆଣ୍ଟି-ପେପର ଲିକ୍ ବିଲ୍, କଠୋର ଦଣ୍ଡବିଧାନକୁ ମଞ୍ଜୁରି
ଇଣ୍ଡିଆନ୍ ଆଇଡଲ୍-୧୬ ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ରାଜ୍ୟପାଳଙ୍କ ସମ୍ବର୍ଦ୍ଧନା
ସୋମେଶ କୁମାର ଉପାଧ୍ୟାୟ ହେଲେ ଭଦ୍ରକର ନୂତନ ଜିଲ୍ଲାପାଳ
ଦୀପାବଳି ସୁଦ୍ଧା ମହାନଦୀ ଜଳ ବିବାଦର ସମାଧାନ ଲକ୍ଷ୍ୟ
ଜୁଲାଇ ୩୧ ପର୍ଯ୍ୟନ୍ତ ଖୋର୍ଦ୍ଧାର ସମସ୍ତ ସ୍କୁଲ ଛୁଟି
ଜାପାନରେ ଶକ୍ତିଶାଳୀ ଭୂମିକମ୍ପ: ୨୮ ମୃତ, ୬୨ ଆହତ
ଇଥାନଲ୍ ବିବାଦ: ୧୧ କୋଟିର ମାନହାନି ମାମଲା କଲେ ନିତିନ୍ ଗଡ଼କରୀ

ଓଡିଶା-ଆନ୍ଧ୍ର ସୀମାରେ ୩ଟି ଟ୍ରେନ୍ ଭିତରେ ଦୁର୍ଘଟଣା

0

ଆନ୍ଧ୍ରପ୍ରଦେଶ: ଗୋଟିଏ ଟ୍ରାକ୍‌ରେ ଆସୁଥିବା ବେଳେ ଦୁଇ ପାସେଞ୍ଜର ଟ୍ରେନ୍‌ ମଧ୍ୟରେ ଧକ୍କା ହୋଇଛି। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ଆନ୍ଧ୍ରପ୍ରଦେଶରେ ଘଟିଛି। ଏଥିରେ ବହୁ ଯାତ୍ରା ଗୁରୁତର ଆହତ ହୋଇଛନ୍ତି। ଦୁଇ ପାସେଞ୍ଜର ଟ୍ରେନ୍‌ଟି ଓଡ଼ିଶା ଆସୁଥିବା ଜଣାପଡ଼ିଛି। 

ଉଲ୍ଲେଖଯୋଗ୍ୟ, ଓଡିଶା-ଆନ୍ଧ୍ର ସୀମାରେ ୩ଟି ଟ୍ରେନ୍ ଭିତରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ, ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାର ଆଲମଣ୍ଡା ଓ କାଣ୍ଟାପାଲି ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌ ନିର୍ଦ୍ଧାରିତ ସମୟରେ ବିଶାଖାପାଟଣାଠାରୁ ଛାଡ଼ିଥିଲା। ବିଶାଖାପାଟଣା-ପଲାସା ପାସେଞ୍ଜର ଛାଡ଼ିବାର ୧୫ ମିନିଟ୍‌ ପରେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଛାଡ଼ିଥିଲା। ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌ଟି ବିଜୟନଗ୍ରମ ଆଲ୍‌ମଣ୍ଡ ଷ୍ଟେସନ୍‌ଠାରୁ ଦୁଇ କିମି ଦୂରରେ ଛିଡ଼ା ହୋଇଥିଲା। ସେହି ଟ୍ରାକ୍‌ରେ ପଛରୁ ଆସୁଥିବା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ ଧକ୍କା ଦେଇଥିଲା।ଫଳରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌ର ୪ଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା। ଏଥିରେ ବହୁ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

Leave A Reply

Your email address will not be published.