ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ସୋଆ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ବୋନ୍ ସ୍କ୍ରୁ ପ୍ରକ୍ରିୟାରେ ଆହତ ଗାଈର ଚିକିତ୍ସା

0

ଭୁବନେଶ୍ୱର, ୯ ନଭେମ୍ବର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ୍ ହଜ୍‌ବାଣ୍ଡ୍ରୀ (ଆଇଭିଏସ୍‌ଏଏଚ୍‌) କ୍ଳିନିକାଲ୍ କଂମ୍ପେ୍ଳକ୍ସ (ଠଉଉ) ଠାରେ ସଫଳତାର ସହ ଗୋଟିଏ ଗାଈର ଅସ୍ତ୍ରୋପଚାର କରାଯାଇଛି । ଗାଈଟିର ଡାହାଣ ପାଶ୍ୱର୍ ଗୋଡ଼ଟି ଭାଙ୍ଗି ଯାଇଥିବା ବେଳେ ବୋନ୍ ସ୍କ୍ରୁ ପ୍ରକ୍ରିୟାରେ ସଫଳତାର ସହ ଅସ୍ତ୍ରୋପଚାର କରାଯାଇଥିଲା । ଗାଈ ମାନଙ୍କ କ୍ଷେତ୍ରରେ ଅସ୍ଥିଶଲ୍ୟ ଅସ୍ତ୍ରୋପଚାର ପ୍ରାୟତଃ କରାଯାଉ ନଥିବା ବେଳେ ଇନ୍‌ଭେସିଭ୍ ସର୍ଜିକାଲ ପ୍ରକ୍ରିୟା ଖୁବ୍ ବିରଳ ।

ଉଲ୍ଲେଖଯୋଗ୍ୟ; ଗାଈଟିକୁ ଭେଟେରିନାରୀ କ୍ଲିନିକାଲ୍ କମ୍ପେ୍ଲକ୍ସକୁ ଅଣାଯାଇଥିବା ବେଳେ ପରୀକ୍ଷା ନିରୀକ୍ଷା ବେଳେ ୩ ମାସ ତଳୁ ତା’ଗୋଡଟି ଭାଙ୍ଗି ଯାଇଥିବା ଜଣାପଡ଼ିଥିଲା ଏବଂ ଇତି ମଧ୍ୟରେ ଏହା ଯୋଡି ହୋଇଯାଇଥିଲା । ଏକ୍ସରୁ ଜଣାପଡ଼ିଥିଲା ଯେ ତାର ଭାଙ୍ଗି ଯାଇଥିବା ଆଗ ଗୋଡଟି ଭୁଲ୍ ଭାବରେ ଯୋଡି ହୋଇଥିଲା ବୋଲି ଆଇଭିଏସ୍‌ଏଏଚ୍‌ର ସର୍ଜରୀ ବିଭାଗର ଫ୍ୟାକଲ୍ଟି ଡାକ୍ତର ରମେଶ ଚନ୍ଦ୍ର ବେହେରା କହିଛନ୍ତି ।

ତେଣୁ ଏହି ଗାଈଟିର ବୋନ୍ ସ୍କ୍ରୁୁ ପ୍ରକ୍ରିୟାରେ ହାଡର ପୁନଃସ୍ଥାପନ କରାଯାଇଥିଲା ଓ ସଙ୍କୁଚିତ ମାଂସପେଶୀ କୁ ସଜଡା ଯାଇ ଗୋଡଟିକୁ ପ୍ଳାଷ୍ଟର କରାଯାଇଥିଲା ବୋଲି ସେ କହିଛନ୍ତି । ଡାକ୍ତର ବେହେରାଙ୍କୁ ସର୍ଜରୀ ବିଭାଗର ଡାକ୍ତର ବିକାଶ ଦାସ ଓ ଡାକ୍ତର ଅନାଲିସା ଦେବବର୍ମନ୍ ଅସ୍ତ୍ରୋପଚାରରେ ସହଯୋଗ କରିଥିଲେ । ଇନ୍‌ଟ୍ରାଭେନସ୍ ଆନେସଥେସିଆ ସାହାଯ୍ୟରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ଅସ୍ତ୍ରୋପଚାର କରାଯାଇଛି । ଏହି ପ୍ରକ୍ରିୟାକୁ ପ୍ରଫେସର ଡାକ୍ତର ଶ୍ରୀନିବାସ ଦାସ ଅନୁଧ୍ୟାନ କରିଥିଲେ।

Leave A Reply

Your email address will not be published.