ପ୍ରମୁଖ ଖବର

ଆଇଇଡି ବୋମା ବିସ୍ଫୋରଣରେ ଯବାନ ଶହୀଦ, ଦୁଇ ଗୁରୁତର
ଓଲଟିଲା ଯାତ୍ରୀବାହୀ ବସ୍‌ : କଣ୍ଡକ୍ଟର ମୃତ, ୧୫ ଆହତ
ବିଜେପିରେ ମିଶିଲେ ଜୟ ଢୋଲକିଆ
ଓଡ଼ିଶାରେ ବଡ ମାଛ ମାର୍କେଟ ସହ ଧନ-ଧାନ୍ୟ କୃଷି ଯୋଜନା ଶୁଭାରମ୍ଭ କଲେ ମୋଦି

ସାକ୍ଷୀଗୋପାଳ ମନ୍ଦିରରୁ ଚୋରି

0

ପୁରୀ: ସତ୍ୟବାଦୀର ଐତିହ୍ୟ ପୀଠ ସାକ୍ଷୀଗୋପାଳ ମନ୍ଦିରରୁ ଚୋରି। ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ହୁଣ୍ଡିବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଗତକାଲି ବିଳମ୍ବିତ ରାତିରେ ଏହି ଚୋରି ହୋଇଛି। ମନ୍ଦିରର ଦକ୍ଷିଣ ଦ୍ବାର ନିକଟରେ ଥିବା ପାଚେରୀ ଡେଇଁ ପଶିଥିଲେ ଦୁର୍ବୃତ୍ତ।

ମନ୍ଦିର ମଧ୍ୟରେ ଥିବା ସାକ୍ଷୀଗୋପାଳ, ରାଧାରାଣୀଙ୍କ ବିଜେ ପ୍ରତିମାଙ୍କ ମନ୍ଦିର ତାଲା ଭାଙ୍ଗି ସମସ୍ତ ସୁନା ଅଳଙ୍କାର ଓ ହୁଣ୍ଡିବାକ୍ସରେ ଥିବା ସମସ୍ତ ଟଙ୍କାକୁ ଲୁଟି ନେଇଥିଲେ। ଏଥିସହ ସୁପରଭାଇଜରଙ୍କ ଅଫିସ୍ ତାଲା ଭାଙ୍ଗି ସିସିଟିଭି ପ୍ୟାନେଲକୁ ତାଡି ନେଇଯାଇଛନ୍ତି। ଘଟଣାସ୍ଥଳରେ ସତ୍ୟବାଦୀ ପୋଲିସ ସହିତ ପିପିଲି ଏସଡିପିଓ ଓ ସାଇଣ୍ଟିଫିକ ଟିମ୍ ପହଂଚି ଅନୁସନ୍ଧାନ ଜାରି ରଖିଛି।

Leave A Reply

Your email address will not be published.