ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ନବୀନଙ୍କ ବିରୋଧରେ ଲଢିବ କିଏ?

0
  • ମୁକାବିଲା ସ୍ଥିତିକୁ ଆସିବାକୁ ପ୍ରସ୍ତୁତ ନୁହେଁ ବିରୋଧୀ
  • ଅନ୍ତଃକନ୍ଦଳରେ ମାତିଛନ୍ତି ବିଜେପି ଓ କଂଗ୍ରେସ
  • ଲୋକଙ୍କର ବିଶ୍ବାସଭାଜନ ହୋଇପାରୁନାହାନ୍ତି
  • ବଢିବା ବଦଳରେ ଦିନକୁ ଦିନ ଦୁର୍ବଳ ହେଉଛନ୍ତି
  • ୨୦୨୦ରେ ପୌର ନିର୍ବାଚନ ସାମ୍ନା କରିବେ କେମିତି?

ଭୁବନେଶ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ କାହିଁକି ବିରୋଧୀ ରାଜନୈତିକ ଶକ୍ତିଙ୍କର ଗଣିତ ଭୁଲ ହେଉଛି? କାହିଁକି ଓଡ଼ିଶାରେ ଗତ ଦୁଇ ଦଶନ୍ଧି ଧରି ବିଜେଡିକୁ ମାତ୍ ଦେଇପାରୁନାହାନ୍ତି ବିରୋଧୀ?

ଦେଶର ପ୍ରାୟ ସମସ୍ତ ରାଜ୍ୟରେ ରାଜନୈତିକ ଗଣିତ ଓଲଟପାଲଟ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କିଛି ପ୍ରଶ୍ନ ଏବେ ରାଜନୈତିକ ତଥ୍ୟାଭିଜ୍ଞ ମହଲକୁ ଆନ୍ଦୋଳିତ କରୁଛି। ବିରୋଧୀ ରାଜନୈତିକ ଦଳ ଠାରୁ ଆରମ୍ଭ କରି ସବୁ ରାଜନୈତିକ ଶକ୍ତି ତମ୍ବିତୋଫାନ କରୁଥିଲେ ହେଁ, ରାଜ୍ୟ ସରକାରଙ୍କ ଲୋକପ୍ରିୟତା କାଟିବା ଦିଗରେ ବିଶେଷ କିଛି ସହାୟ ହେଉନାହିଁ। ଆହୁରି ଗୁରୁତ୍ବପୂର୍ଣ୍ଣ କଥା ହେଲା, ନବୀନ ଏଭଳି ଗୋଟିଚାଳନା କରୁଛନ୍ତି ଯେ ସମସ୍ତ ବିରୋଧୀ ରାଜନୈତିକ ଶକ୍ତି ଧୀରେ ଧୀରେ ନିଷ୍ପ୍ରଭ ହୋଇଯାଉଛନ୍ତି। ରାଜ୍ୟରେ ଦୀର୍ଘ ବର୍ଷ ଧରି ଶାସନ କ୍ଷମତାରେ ଥିବା କଂଗ୍ରେସ ସଂଗଠନ ଏବେ ବରବାଦ ଆଡକୁ ମୁହାଁଇଥିବା ବେଳେ ନିକଟରେ କ୍ଷମତା ହାତେଇବାକୁ ମୁଣ୍ଡ ଟେକିଥିବା ବିଜେପି ଗତ ୬ମାସ ଧରି ଯେଉଁଭଳି ଆଚରଣ ଓ ଉଚ୍ଚାରଣ ପ୍ରଦର୍ଶନ କରିଆସୁଛି, ତାହା ସେହି ଦଳର କର୍ମୀଙ୍କୁ ମଧ୍ୟ ବୁଝାପଡୁନାହିଁ।

ବିଜୁ ବାବୁଙ୍କ ଅବର୍ତମାନରେ ବିଜେଡି ଗଠନ ହେବା ଓ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ରାଜ୍ୟ କ୍ଷମତା ଚୌକି ହାତେଇବା ବେଳେ ଭାରତବର୍ଷର କୌଣସି ରାଜନୈତିକ ପଣ୍ଡିତ ବା ଗଣନାକାର କେବେ ବି ତାଙ୍କର ଏତେ ଲମ୍ବା ରାଜନୈତିକ କ୍ୟାରିଅର ଆଙ୍କିନଥିଲେ। ଦୀର୍ଘ ୨୦ ବର୍ଷ ପରେ ଆଜି ମଧ୍ଯ ସମସ୍ତଙ୍କ ମଧ୍ୟରେ ସେହି ସମାନ ଆଶଙ୍କା ଯେ ନବୀନଙ୍କ ରାସ୍ତା ଅଟକାଯିବ କିପରି? କେନ୍ଦ୍ରରେ କଂଗ୍ରେସକୁ ଧ୍ବସ୍ତବିଧ୍ବସ୍ତ କରିବାରେ ଏକରକମ ସଫଳ ହୋଇଥିବା ବିଜେପି ମଧ୍ୟ ଓଡ଼ିଶାରେ ପାଖାପାଖି ୪ବର୍ଷ ସମସ୍ତ କଳ ବଳ ଓ କୌଶଳ ପ୍ରୟୋଗ କରିବା ପରେ ବିଫଳତା ମୁଣ୍ଡାଇଛନ୍ତି। ବରଂ ସ୍ଥିତି ଏମିତି ହୋଇଛି ଯେ ନିର୍ବାଚନ ପରେ ବିଜେଡିର ହାତ ଧରିବାକୁ ବାଧ୍ୟ ହୋଇଛି ବିଜେପି। ଏବେ ବି ବିଜେପି ନେତାମାନେ ରାଜ୍ୟରେ କ୍ଷମତା ଦଖଲ କରିବା ତ ବିଜେଡିର ସମକକ୍ଷ ହୋଇ ଚାଲିବା ସ୍ଥିତିକୁ ଆସୁନାହାନ୍ତି। ଯେଉଁ ସମୟରେ ରାଜ୍ୟ ବିଜେପି ନେତାମାନେ ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ଆସନରେ ବସି ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଛନ୍ତି, ଠିକ୍ ସେହି ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ବିଜେଡିର ଶୃଙ୍ଖଳାଜ୍ଞାନ ଓ କରିସ୍ମାକୁ ନେଇ ପ୍ରଶଂସା କରିବାକୁ ପଛାଇ ନାହାନ୍ତି।

ଏବେ ଏହି ପ୍ରସଙ୍ଗଟି ଏଇଥିପାଇଁ ଗୁରୁତ୍ବପୂର୍ଣ୍ଣ ଯେ ପ୍ରତି ରାଜନୈତିକ ଦଳ ଏବେ ସାଂଗଠନିକ ପୁନର୍ବିନ୍ୟାସରେ ବ୍ୟସ୍ତ ଅଛନ୍ତି। ବିଜେଡିରେ ବି ଚାଲିଛି। ବିଜୁ ଜନତା ଦଳର ସପ୍ତମ ଥର ପାଇଁ ସଭାପତି ପଦ ନବୀନ ଅଳଙ୍କୃତ କରିବେ। ହେଲେ ନବୀନଙ୍କ ସମକକ୍ଷ ବା ପାଖାପାଖି କୌଣସି ନେତାଙ୍କୁ ଉଭୟ ରାଜନୈତିକ ଦଳ ସଭାପତି ପଦରେ ବସାଇ ଯୁଦ୍ଧ ପାଇଁ ପ୍ରସ୍ତୁତ କରିବା ସ୍ଥିତିରେ ନାହାନ୍ତି। ବରଂ ଉଭୟ ରାଜନୈତିକ ଦଳ ମଧ୍ୟରେ ବିବାଦ ବଢିଛି। ନବୀନଙ୍କ ବିରୋଧରେ ସେମାନେ ଶକ୍ତି ପ୍ରୟୋଗ କରିବା ବଦଳରେ ନିଜ ଦଳରେ ସ୍ବତନ୍ତ୍ର ଗୋଷ୍ଠୀ ଭାବେ ଉଭା ହେବା ପାଇଁ ସେମାନେ ବଳ କଷିବାରେ ଲାଗିଛନ୍ତି।

କୌତୂହଳ କଥା ହେଉଛି, ବିଜେଡି ସରକାର ହଟୁନାହିଁ ବୋଲି ଚିତ୍କାର କରୁଥିବା ଏସବୁ ରାଜନୈତିକ ଦଳ କ୍ଷମତା ହାତେଇବାକୁ ମଧ୍ୟ ପ୍ରସ୍ତୁତ ନାହାନ୍ତି। ନବୀନଙ୍କ ଭଳି ସରଳ ଜୀବନ ଚର୍ଯ୍ୟା ମାଧ୍ୟମରେ ସାଧାରଣ ଲୋକଙ୍କୁ ପ୍ରଭାବିତ କରିବାର ତାଙ୍କର ଶକ୍ତି ଅଛି ନା ବିଜେଡିର ସାଂଗଠନିକ ଦକ୍ଷତାକୁ ଏଯାଏ ବିରୋଧୀ ମାପିପାରିଲେଣି। ବିଜେପୁରରେ ଦୁଇ ଦୁଇ ଥର ପରାସ୍ତ ହେବା ଓ ଗତ ଉପନିର୍ବାଚନରେ ଓଡ଼ିଶା ଇତିହାସରେ ସର୍ବାଧିକ ବ୍ୟବଧାନ ଅର୍ଥାତ୍ ପାଖାପାଖି ୯୭ ହଜାର ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଜିତିବା ଘଟଣା ଗୋଟିଏ କଥା ତ ଅବଶ୍ୟ ସନ୍ଦେହ ପରିସରକୁ ଆଣୁଛି ଯେ ବିରୋଧୀ ଏବେ ବିଜେଡି ଆଗରେ ସମ୍ପୂର୍ଣ୍ଣ ସମର୍ପିତ ଅବସ୍ଥାରେ ଅଛନ୍ତି।

ଏପରିସ୍ଥଳେ ଆସନ୍ତାବର୍ଷ ଅର୍ଥାତ୍ ୨୦୨୦ରେ ପୌର ନିର୍ବାଚନ ଅବଶ୍ୟ ହେବ। ବିଜେଡିକୁ ସେମାନେ ରୋକିପାରିବେ?

Leave A Reply

Your email address will not be published.