ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ଓଡ଼ିଆ ପୁଅ ଦକ୍ଷିଣଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆର ମ୍ୟାନେଜର

0

ଭୁବନେଶ୍ବର: ଭାରତୀୟ କ୍ରିକେଟ ଦଳର ମ୍ୟାନେଜର ଦାୟିତ୍ବ ତୁଲାଉଛନ୍ତି ଓଡ଼ିଆ ପୁଅ ଶତବୀର ସିଂହ ରିୟର । ଭାରତର ସାଉଥ ଆଫ୍ରିକା ଗସ୍ତରେ ଟିମ୍ ଇଣ୍ଡିଆକୁ କଂଟ୍ରୋଲ କରିବେ ମାଲକାନଗିରି ଜିଲ୍ଲାର କ୍ରିକେଟର ସତବୀର ସିଂ ରାଏର ଓରଫ ପପ୍ପୁ ସିଂ । ଚଳିତ ସାଉଥ ଆଫ୍ରିକା ଟେଷ୍ଟ ସିରିଜ ଲାଗି ମ୍ୟାନେଜର ଭାବେ ନିୟୋଜିତ ହୋଇଛନ୍ତି । ଏନେଇ ବିଧିବଦ୍ଧ ଭାବେ ସୂଚନା ରଖିଛି ଓସିଏ । ଆଉ ବିସିସିଆଇର ଅନୁମୋଦନ ପରେ ସାଉଥ ଆଫ୍ରିକା ପାଇଁ ମୁମ୍ବାଇ ଠାରୁ ଯାତ୍ରା କରିଛନ୍ତି ସତବୀର ।

ଶତବୀରଙ୍କୁ ଏହି ମ୍ୟାନେଜରଭାବେ ନିଯୁକ୍ତ କରାଯାଇଥିବାବେଳେ ସେ ଓସିଏ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସମ୍ପାଦକ ଏବଂ ଅନ୍ୟ ଅଫିସିଆଲ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ନିଜର ନୂତନ କାର୍ଯ୍ୟ ପାଇଁ ଖୁସି ବ୍ୟକ୍ତ କରିଥିବାବେଳେ ଓସିଏକୁ କୃତଜ୍ଞତା ଦେଇଛନ୍ତି । ପୂର୍ବରୁ ଅଣ୍ଡର-୧୬ ଏବଂ ୧୯ ଓଡ଼ିଶା ଦଳର ମ୍ୟାନେଜରଭାବେ କାମ କରିସାରିଛନ୍ତି । ସେ କହିଛନ୍ତି କି, ମୁଁ ଚାହେଁ ଓଡ଼ିଆ ଖେଳାଳିମାନେ ଆନ୍ତର୍ଜାତୀୟ ମ୍ୟାଚ ଖେଳିଲେ ମୁଁ ବହୁତ ଖୁସି ହେବି । ତେବେ କହି ରଖୁଛୁ କି, ଶତବୀରଙ୍କ ଘର ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ଅବସ୍ଥିତ।

Leave A Reply

Your email address will not be published.