ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଓଡ଼ିଆ ପୁଅ ଦକ୍ଷିଣଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆର ମ୍ୟାନେଜର

0

ଭୁବନେଶ୍ବର: ଭାରତୀୟ କ୍ରିକେଟ ଦଳର ମ୍ୟାନେଜର ଦାୟିତ୍ବ ତୁଲାଉଛନ୍ତି ଓଡ଼ିଆ ପୁଅ ଶତବୀର ସିଂହ ରିୟର । ଭାରତର ସାଉଥ ଆଫ୍ରିକା ଗସ୍ତରେ ଟିମ୍ ଇଣ୍ଡିଆକୁ କଂଟ୍ରୋଲ କରିବେ ମାଲକାନଗିରି ଜିଲ୍ଲାର କ୍ରିକେଟର ସତବୀର ସିଂ ରାଏର ଓରଫ ପପ୍ପୁ ସିଂ । ଚଳିତ ସାଉଥ ଆଫ୍ରିକା ଟେଷ୍ଟ ସିରିଜ ଲାଗି ମ୍ୟାନେଜର ଭାବେ ନିୟୋଜିତ ହୋଇଛନ୍ତି । ଏନେଇ ବିଧିବଦ୍ଧ ଭାବେ ସୂଚନା ରଖିଛି ଓସିଏ । ଆଉ ବିସିସିଆଇର ଅନୁମୋଦନ ପରେ ସାଉଥ ଆଫ୍ରିକା ପାଇଁ ମୁମ୍ବାଇ ଠାରୁ ଯାତ୍ରା କରିଛନ୍ତି ସତବୀର ।

ଶତବୀରଙ୍କୁ ଏହି ମ୍ୟାନେଜରଭାବେ ନିଯୁକ୍ତ କରାଯାଇଥିବାବେଳେ ସେ ଓସିଏ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସମ୍ପାଦକ ଏବଂ ଅନ୍ୟ ଅଫିସିଆଲ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ନିଜର ନୂତନ କାର୍ଯ୍ୟ ପାଇଁ ଖୁସି ବ୍ୟକ୍ତ କରିଥିବାବେଳେ ଓସିଏକୁ କୃତଜ୍ଞତା ଦେଇଛନ୍ତି । ପୂର୍ବରୁ ଅଣ୍ଡର-୧୬ ଏବଂ ୧୯ ଓଡ଼ିଶା ଦଳର ମ୍ୟାନେଜରଭାବେ କାମ କରିସାରିଛନ୍ତି । ସେ କହିଛନ୍ତି କି, ମୁଁ ଚାହେଁ ଓଡ଼ିଆ ଖେଳାଳିମାନେ ଆନ୍ତର୍ଜାତୀୟ ମ୍ୟାଚ ଖେଳିଲେ ମୁଁ ବହୁତ ଖୁସି ହେବି । ତେବେ କହି ରଖୁଛୁ କି, ଶତବୀରଙ୍କ ଘର ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ଅବସ୍ଥିତ।

Leave A Reply

Your email address will not be published.