ପ୍ରମୁଖ ଖବର

ଲୋକସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟରେ ସୋମବାର ଅପରାହ୍ନ ୫ଟା ସୁଦ୍ଧା ୪୯ଟି ଆସନରେ ୫୬.୬୮% ମତଦାନ
ଓଡିଶା ରାଜ୍ୟରେ ଅପରାହ୍ଣ ୫ଟା ସୁଦ୍ଧା ୬୦.୫୪ ପ୍ରତିଶତ ମତଦାନ
ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀରେ ରୋଡ ସୋ’ କରିଛନ୍ତି
ଛତିଶଗଡ଼ରେ ୨୦ଫୁଟ ତଳକୁ ଓଲଟିଲା ପିକଅପ ଭ୍ୟାନ, ୧୭ମୃତ, ୧୨ ଆହତ

ଲୋକାର୍ପିତ ହେଲା ବହୁ ପ୍ରତିକ୍ଷୀତ ସମଲେଇ ପ୍ରକଳ୍ପ

0

ସମ୍ବଲପୁର: ବହୁ ପ୍ରତିକ୍ଷୀତ ସମଲେଇ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପତ କରିଛନ୍ତି। ମା’ଙ୍କୁ ଦର୍ଶନ କରିବା ସହ ଯଜ୍ଞସ୍ଥଳରେ ପହଞ୍ଚି ସବୁ କିଛି ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ରହି ମା’ଙ୍କୁ ଦର୍ଶନ କରିଥିଲେ। ଲୋକାର୍ପଣ ପରେ ପ୍ରକଳ୍ପ ପାଇଁ ଜମି ଦେଇଥିବା ପରିବାର ତଥା ଶିଳ୍ପୀ ଓ କାରିଗରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ। ତାପରେ ମୁଖ୍ୟମନ୍ତ୍ରୀ ବ୍ୟାଟେରି ଗାଡ଼ିରେ ବସି ସମ୍ପୂର୍ଣ୍ଣ ସମଲେଶ୍ୱରୀ ପ୍ରକଳ୍ପ ବୁଲି ଦେଖିଥିଲେ।

ଉଲ୍ଲେଖଯୋଗ୍ୟ, ଗତକାଲି ୫୦୦ରୁ ଅଧିକ ମହିଳା ମହାନଦୀରୁ ଜଳ କୁମ୍ଭ ଧରି କଳସ ଯାତ୍ରା କରି ସମଲେଇ ମନ୍ଦିରକୁ ଯାଇଥିଲେ। ମନ୍ଦିରରେ ନଡ଼ିଆ କଳସ ଗୁଡିକୁ ରଖାଯାଇଛି। ଏହି ଅବସରରେ ଆଜିଠାରୁ ସମଲେଶ୍ୱରୀ ମନ୍ଦିର ପରିସରରେ ଥିବା ଯଜ୍ଞ କୁଣ୍ଡରେ ହୋମ ଯଜ୍ଞ ଆରମ୍ଭ ହୋଇଯାଇଛି। ଏହି ପ୍ରକଳ୍ପ ଲୋକାର୍ପଣ ଓ ସ୍ୱତନ୍ତ୍ର ଦେବ ନୀତି ପାଇଁ ଆଜି ସକାଳ ୯ଟାରୁ ଦିନ ୨ଟା ପର୍ଯ୍ୟନ୍ତ ସମଲେଇ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା। ଆଜି ସନ୍ଧ୍ୟାରେ ମହାନଦୀ କୂଳରେ ମହାନଦୀ ଘାଟରେ ସନ୍ଧ୍ୟା ଆଳତିର ବନ୍ଦବୋସ୍ତ କରାଯାଇଛି।

ସମଲେଶ୍ୱରୀ ପ୍ରକଳ୍ପ ଅଧୀନରେ ମନ୍ଦିରର ଚତୁଃପାର୍ଶ୍ୱକୁ ସମ୍ପ୍ରସାରଣ କରାଯାଇଛି। ୪ ଏକର ପରିସରରେ ଥିବା ମାଆଙ୍କ ପୀଠ ରୂପାନ୍ତରଣ ସ୍ପର୍ଶରେ ୪୦ ଏକରକୁ ପରିବ୍ୟାପ୍ତ ହୋଇଛି। ସମଲେଇ ପ୍ରକଳ୍ପ ପାଇଁ ଦୁଇଟି ପର୍ଯ୍ୟାୟରେ ୪ଶହ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର। ଏହା ମଧ୍ୟରେ ଯାତ୍ରୀ ନିବାସ, ଯାତ୍ରୀ ପ୍ରତିକ୍ଷାଳୟ ଠାରୁ ଆରମ୍ଭ କରି ମନ୍ଦିର ପରିକ୍ରମା ପାଇଁ ପରିକ୍ରମା ମାର୍ଗ, ପ୍ରବେଶ ଦ୍ବାର, ମନ୍ଦିର କାର୍ଯ୍ଯାଳୟ, ପୂଜକ ବିଶ୍ରାମାଳୟ, ଭେଣ୍ଡିଂ ଜୋନ୍, ଜୋତା ଷ୍ଟାଣ୍ଡ ଆଦିକୁ ଐତିହ୍ୟପୂର୍ଣ୍ଣ ଢଙ୍ଗରେ ନିର୍ମାଣ କରାଯାଇଛି ।

ଖରା ତଥା ବର୍ଷା ଦିନେ ସୁରୁଖୁରୁରେ ଯାତ୍ରୀଙ୍କ ଧାଡ଼ି ଦର୍ଶନ ପାଇଁ ସେଡର ବ୍ୟବସ୍ଥା କରାଯାଇଛି। ଏହି ପ୍ରକଳ୍ପ ଅଧୀନରେ ମନ୍ଦିର ପରିସରରେ ଥିବା ଏକ ପୁଷ୍କରଣୀର ପୁନରୁଦ୍ଧାର କରାଯାଇଛି। ମନ୍ଦିର ପ୍ରାଙ୍ଗଣରେ ଆଖି ଖୋସିଦେବା ପରି ପଥରର କାରୁକାର୍ଯ୍ୟ ସହ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଛି। ତେବେ ୩୦ ତାରିଖ ପରେ ସାଧାରଣ ଶ୍ରଦ୍ଧାଳୁ ସମଲେଇ ପ୍ରକଳ୍ପ ବୁଲି ଭିନ୍ନ ଅନୁଭୂତି ସାଉଁଟି ପାରିବେ । ଆସନ୍ତା ୩୧ ତାରିଖରେ ଯଜ୍ଞର ପୂର୍ଣ୍ଣାହୁତି ହେବ।

Leave A Reply

Your email address will not be published.