ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

କାଳିଆ ଯୋଜନାର ଚାଷୀଙ୍କୁ ଆଉ ୩ ବର୍ଷ ସହାୟତା

0

ଭୁବନେଶ୍ବର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ କ୍ୟାବିନେଟ୍‌ର  ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ଚାଷୀମାନଙ୍କୁ କାଳିଆ ଯୋଜନାରେ ୨୦୨୬-୨୭ ଯାଏଁ ସହାୟତା ରାଶି ମିଳିବ। ଏହି ଯୋଜନା ୩ ବର୍ଷ ବଢ଼ିବା ପରେ ରାଜ୍ୟ ସରକାର ୬୦୨୯.୭୦ କୋଟି ଟଙ୍କା ଖର୍ଚ୍ଚ କରିବେ। ରାଜ୍ୟ ସରକାର କାଳିଆ ସହାୟତା ପ୍ରଦାନ କଟକଣାକୁ କୋହଳ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ ଓ ସେପ୍ଟେମ୍ବର ୧ ତାରିଖ ବଦଳରେ ଏଣିକି କୌଣସି ସମୟରେ ସହାୟତା ମିଳିବ। ଅର୍ଥାତ ଚାଷୀମାନଙ୍କ ଆବଶ୍ୟକତା ଦେଖି ରାଜ୍ୟ ସରକାର ସହାୟତା ରାଶି ପ୍ରଦାନ କରିବେ। ଏ ସମ୍ପର୍କିତ ନିଷ୍ପତିକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି ।

୨୦୨୪-୨୫ରୁ ୨୦୨୬-୨୦୨୭ ଆର୍ଥିକ ବର୍ଷ ପାଇଁ ୬ ହଜାର ୨୯ କୋଟି ୭୦ଲକ୍ଷ ଟଙ୍କାର ବ୍ୟୟ ଅଟକଳକୁ ଅନୁମୋଦନ କରିଛି କ୍ୟାବିନେଟ୍ । ଏହାଦ୍ୱାରା ରାଜ୍ୟର ସମସ୍ତ କାଳିଆ ହିତାଧିକାରୀ କୃଷକ ପରିବାର ଉପକୃତ ହେବେ । ସେହିଭଳି କାଳିଆ ସହାୟତା ଦିଆଯିବା କଟକଣା ବି କୋହଳ କରାଯାଇଛି । ଏବେ ଏହାକୁ ଯେକøଣସି ସମୟରେ ଦିଆଯାଇପାରିବ।

ପୂର୍ବରୁ ଖରିଫ ଋତୁ ପାଇଁ ୧ ଏପ୍ରିଲ ଓ ରବି ଋତୁ ପାଇଁ ୧ ସେପେଟମ୍ବର ଓ ପରବର୍ତୀ ସମୟରେ ରାଜ୍ୟ ସରକାରଙ୍କ ଦ୍ୱାରା କାଳିଆ ସହାୟତା ପ୍ରଦାନ କରାଯାଉଥିଲା । ବର୍ତମାନ ରାଜ୍ୟର ସମସ୍ତ ଯୋଗ୍ୟ ଭୂମିହୀନ କୃଷକ ପରିବାର ଯେଉଁମାନଙ୍କୁ କାଳିଆ ଯୋଜନାରେ ସମସ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ସେମାନଙ୍କୁ ୨ ହଜାର ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସରକାର ନିଷ୍ପତି ନେଇଛନ୍ତି ।

ସେହିଭଳି ୨୦୧୪ ଅନୁଦାନପ୍ରାପ୍ତ ଶିକ୍ଷକ, କର୍ମଚାରୀଙ୍କ ଦରମା ବଢାଇବା ନେଇ ନିଷ୍ପତ୍ତି ହୋଇଛନ୍ତି । ଏହାଦ୍ୱାରା ମୋଟ ୧୭୮୯ ଜଣ ଶିକ୍ଷକ ଓ କର୍ମଚାରୀଙ୍କ ୭ମ ବେତନ କମିଶନ ହାରରେ ଦରମା ବଢିବ । ବର୍ଧିତ ଦରମା ପାଇଁ ୨୭ ଦଶମିକ ୩୭ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିଭଳି ପଂଚାୟତରେ ନିୟମିତ ୮ ବର୍ଷ କାର୍ଯ୍ୟରତ ଥିବା ପିଇଓ ଓ ଭିଏଲଡବ୍ଲୁଙ୍କ ପଦୋନ୍ନିତ ହେବ ।

Leave A Reply

Your email address will not be published.