ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

କେ. କବିତା ଗିରଫ

0

ନୂଆଦିଲ୍ଲୀ: କେସିଆରଙ୍କ ଝିଅ କେ. କବିତାଙ୍କୁ ଗିରଫ କଲା  ଇଡି। ଦିଲ୍ଲୀ ମଦ ନୀତି ସ୍କାମ୍‌ ମାମଲାରେ କବିତା ଗିରଫ। ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଝିଅ କବିତା ଗିରଫ ହୋଇଛନ୍ତି ।

ଦିଲ୍ଲୀ ମଦ ଘୋଟାଲା ମାମଲାରେ ସିବିଆଇ ଓ ଇଡି ପକ୍ଷରୁ ବର୍ତ୍ତମାନ ସୁଦ୍ଧା ବହୁ ବଡ଼ ବଡ଼ ରାଜନେତାଙ୍କୁ ଜେରା କରାଯାଇଛି । ଯାଞ୍ଚ ଏଜେନ୍ସ ପକ୍ଷରୁ କବିତାଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଥିବା ଜଣାପଡ଼ିଛି । ପୂର୍ବରୁ ଇଡି ପକ୍ଷରୁ ଦୁଇଥର ସମାନ ଜାରି କରାଯାଇଥିଲେ ହେଁ କବିତା ହାଜର ହୋଇନଥଲେ । ଏହାପରେ ଇଡି ପକ୍ଷରୁ କବିତାଙ୍କ ଉପରେ ଆକ୍ସନ ନିଆଯାଇଛି ।

ଉଲ୍ଲେଖଯୋଗ୍ୟ, ହାଇଦ୍ରାବାଦ ସ୍ଥିତ କବିତାଙ୍କ ବାସଭବନରେ ଆଜି ଆୟକର ବିଭାଗ ଓ ଇଡି ରେଡ କରିଥିଲେ। ବେଶ କିଛି ଘଣ୍ଟାର ରେଡ ପରେ ମନି ଲଣ୍ଡରିଂ ମାମଲାରେ ଇଡି କବିତାଙ୍କୁ ଗିରଫ କରିଛି। ଗିରଫ ପରେ ତାଙ୍କୁ ଇଡି ଦିଲ୍ଲୀ ଆଣୁଥିବା ଜଣାପଡ଼ିଛି।

Leave A Reply

Your email address will not be published.