ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ରାହୁଲଙ୍କୁ ବକଵାସ୍‍, ଧର୍ମେନ୍ଦ୍ରଙ୍କୁ ଅବାନ୍ତର

0

ଭୁବନେଶ୍ୱର: ଗତ ୨୫ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭୁବନେଶ୍ୱରରେ ଗର୍ଜନ ତର୍ଜନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରିମୋର୍ଟ କଣ୍ଟ୍ରୋଲ ବୋଲି ଆକ୍ଷେପ କରି କଡା ସମାଲୋଚନା କରିଥିଲେ ।
ଆଜି ରଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ମାତ୍ର ୮ଟି ଶଦ୍ଦରେ ସେ ରାହୁଲଙ୍କୁ ପ୍ରତିଜବାବ ଦେଇ କହିଛନ୍ତି , ବିଲକୁଲ୍‍ ବକଵାସ । କେବଳ ସେତିକି ଏହି ଶଦ୍ଦ ଉଚ୍ଚାରଣ ପରେ ନବୀନଙ୍କ ହସ ଚର୍ଚ୍ଚାର ବିଷୟ ହୋଇଛି ।
ରାହୁଲଙ୍କୁ ଗୁରୁତ୍ୱର ସହ ନେବାକୁ ଚାହୁଁନାହାନ୍ତି, ଏକଥା ପରୋକ୍ଷରେ ଇଙ୍ଗିତ ଦେଇଛନ୍ତି ନବୀନ । ବରଂ ତାଙ୍କୁ ହସି ଉଡାଇ ଦେଇଛନ୍ତି ।
ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ଅବାନ୍ତର କହି ନବୀନ ହାଲୁକା କରିଦେଇଛନ୍ତି । ମୋଦୀଙ୍କୁ ସହ୍ୟ କହିପାରୁନଥିବା କଥା କହିଥିଲେ ଧର୍ମେନ୍ଦ୍ର ।
ଅଳ୍ପ କଥାରେ ପ୍ରତିଜବାବ ଦେବାରେ ସିଦ୍ଧ ହସ୍ତ ନବୀନଙ୍କ ଏହି ଦୁଇଟି ପ୍ରତିକ୍ରିୟାକୁ ନିର୍ବାଚନ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଛି ।

Leave A Reply

Your email address will not be published.