ଭୁବନେଶ୍ୱର: ଗତ ୨୫ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭୁବନେଶ୍ୱରରେ ଗର୍ଜନ ତର୍ଜନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରିମୋର୍ଟ କଣ୍ଟ୍ରୋଲ ବୋଲି ଆକ୍ଷେପ କରି କଡା ସମାଲୋଚନା କରିଥିଲେ ।
ଆଜି ରଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ମାତ୍ର ୮ଟି ଶଦ୍ଦରେ ସେ ରାହୁଲଙ୍କୁ ପ୍ରତିଜବାବ ଦେଇ କହିଛନ୍ତି , ବିଲକୁଲ୍ ବକଵାସ । କେବଳ ସେତିକି ଏହି ଶଦ୍ଦ ଉଚ୍ଚାରଣ ପରେ ନବୀନଙ୍କ ହସ ଚର୍ଚ୍ଚାର ବିଷୟ ହୋଇଛି ।
ରାହୁଲଙ୍କୁ ଗୁରୁତ୍ୱର ସହ ନେବାକୁ ଚାହୁଁନାହାନ୍ତି, ଏକଥା ପରୋକ୍ଷରେ ଇଙ୍ଗିତ ଦେଇଛନ୍ତି ନବୀନ । ବରଂ ତାଙ୍କୁ ହସି ଉଡାଇ ଦେଇଛନ୍ତି ।
ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ଅବାନ୍ତର କହି ନବୀନ ହାଲୁକା କରିଦେଇଛନ୍ତି । ମୋଦୀଙ୍କୁ ସହ୍ୟ କହିପାରୁନଥିବା କଥା କହିଥିଲେ ଧର୍ମେନ୍ଦ୍ର ।
ଅଳ୍ପ କଥାରେ ପ୍ରତିଜବାବ ଦେବାରେ ସିଦ୍ଧ ହସ୍ତ ନବୀନଙ୍କ ଏହି ଦୁଇଟି ପ୍ରତିକ୍ରିୟାକୁ ନିର୍ବାଚନ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଛି ।
ପ୍ରମୁଖ ଖବର
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍ରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍