ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ରିଲିଆନ୍ସ ଟ୍ରେଣ୍ଡରେ ଲାଗିଲା ନିଆଁ

0

ଆନନ୍ଦପୁର: ଆନନ୍ଦପୁରରେ ଏକ ସପିଙ୍ଗ୍‌ ମଲ୍‌ରେ ନିଆଁ ଲାଗି ଜଳିଗଲା ସବୁ ସାମଗ୍ରି। ନିଆଁ ଲିଭାରେ ୪ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଥିଲା। ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଇଛି। ସପିଙ୍ଗ୍‌ ମଲ୍‌ରେ ଥିବା ସମସ୍ତ କର୍ମଚାରିଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ସୂଚନା ମୁତାବକ, ଆନନ୍ଦପୁରରେ ଥିବା ରିଲିଆନ୍ସ ଟ୍ରେଣ୍ଡରେ ଆଜି ସନ୍ଧ୍ୟାରେ କୌଣସି କାରଣରୁ ନିଆଁ ଲାଗି ଯାଇଛି। ସପିଙ୍ଗ୍‌ ମଲରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ପାଉଁଶ ହୋଇଯାଇ ଥିବା ଅଭିଯୋଗ ହୋଇଛି। ଖବର ପାଇ ସଙ୍ଗେ ସଙ୍ଗେ ଦମକଳ ବାହିନି ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲା ହେଲେ ଅଗ୍ନିକାଣ୍ଡ ଏତେ ଭୟଙ୍କର ହୋଇଥିଲା ଯେ ଆହୁରି ଦମକଳ ଗାଡ଼ିର ଆବଶ୍ୟକତା ପଡ଼ିଲା। ସେଥିପାଇଁ ଅନନ୍ଦପୁର, ଘସିପୁରା, ହାଟଡ଼ିହି, ଘଟଗାଁ, ଯାଜପୁର ରୋଡ଼ରେ ଥିବା ଦମକଳ କେନ୍ଦ୍ରରୁ ୭ଟି ଗାଡ଼ି ଆସି ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି।

Leave A Reply

Your email address will not be published.