କନ୍ନୁର: କେରଳର କନ୍ନୁର ବିମାନବନ୍ଦରରେ ସୁନା ଚୋରା ଚାଲାଣ କରି ମଳଦ୍ୱାରରେ ଲୁଚାଇ ରଖିଥିବା ଅଭିଯୋଗରେ ଜଣେ ଏୟାର୍ ହୋଷ୍ଟେସ ଗିରଫ ହେଇଛନ୍ତି। ସୁରଭି ଖାତୁନ ନାମକ ଏହି ମହିଳା ତାଙ୍କ ମଳଦ୍ୱାରରେ ପ୍ରାୟ ୯୬୦ ଗ୍ରାମ ସୁନା ଲୁଚାଇ ରଖିଥିବା ଯାଞ୍ଚ ବେଳେ ଡିଆର୍ଆଇ ଅଧିକାରୀମାନେ ଜାଣିବାକୁ ପାଇଥିଲେ। ସେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ କାମ କରନ୍ତି ଏବଂ ମେ ୨୮ରେ ମସ୍କଟରୁ କନ୍ନୁରରେ ଅବତରଣ କରିଥିବା ବିମାନର କେବିନ୍ କ୍ରୁ ସଦସ୍ୟ ଥିଲେ। ସୁରଭିଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ପ୍ରମୁଖ ଖବର
୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ