ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ତାଜ ଏକ୍ସପ୍ରେସରେ ୪ଟି ବଗିରେ ଅଗ୍ନିକାଣ୍ଡ

0

ନୂଆଦିଲ୍ଲୀ : ଦିଲ୍ଲୀରୁ ଝାନ୍ସି ଅଭିମୁଖେ ଯାଉଥିବା ତାଜ ଏକ୍ସପ୍ରେସରେ ଆଜି ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏକ୍ସପ୍ରେସରେ ୪ଟି ବଗିରେ ନିଆଁ ଲାଗି ପୋଡିଯାଇଛି। ଦକ୍ଷିଣ ପୂର୍ବ ଦିଲ୍ଲୀର ସରିତା ବିହାରରେ ଏହି ନିଆଁ ଲାଗିଥିବା ଅଧିକାରୀମାନେ କହିଛନ୍ତି। ଦିଲ୍ଲୀ ଅଗ୍ନିଶମ ସେବା(ଡିଏଫ୍‌ଏସ୍‌) ଅଧିକାରୀ କହିଛନ୍ତି, ତାଜ ଏକ୍ସପ୍ରେସ ଟ୍ରେନର ୪ଟି କୋଚରେ ନିଆଁ ଲାଗିଥିବା ନେଇ ଖବର ମିଳିଥିଲା। ଖବର ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ନିଭାଇବାକୁ ଉଦ୍ୟମ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ।

ମିଳିଥିବା ସୂଚନା ଅନୁଯାୟୀ ନୂଆଦିଲ୍ଲୀର ତୋଗଲକାବାଦ୍‌-ଓଖଲା ମଧ୍ୟରେ ତାଜ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟି ଏହି ଟ୍ରେନ୍‌ର ୪ଟି ବଗିରେ ନିଆଁ ଲାଗି ଯାଇଥିବା ବେଳେ ଏହାକୁ ଲିଭାଇ ଦିଆଯାଇଛି। ଅପରପକ୍ଷରେ ଏହି ଟ୍ରେନର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଦିଲ୍ଲୀ ଅଗ୍ନିଶମ ବାହିନୀର ଜଣେ ଅଧିକାରୀ କହିଛନ୍ତି ଯେ ତାଜ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ର ଚାରିଟି ବଗିରେ ନିଆଁ ଲାଗିଥିବା ନେଇ ଅପରାହ୍ନ ୪ଟା ୨୪ ମିନିଟ୍‌ରେ ଏକ ଫୋନ ଆସିଥିଲା । ଖବର ପାଇ ଦିଲ୍ଲୀ ଅଗ୍ନିଶମ ବାହିନୀର ୮ଟି ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ଏବଂ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଟ୍ରେନରୁ ଓହ୍ଲାଇବାରେ ସହାୟତା କରିଥିଲେ।

Leave A Reply

Your email address will not be published.