ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ବ୍ରହ୍ମୋସର ଏରୋସ୍ପେସ୍‌ର ପୂର୍ବ ଇଞ୍ଜିନିୟରଙ୍କୁ ଆଜୀବନ କାରାଦଣ୍ଡ

0

ନାଗପୁର: ନାଗପୁରର ଏକ ଅଦାଲତ ସୋମବାର ବ୍ରହ୍ମୋସ ଏରୋସ୍ପେସ୍‌ର ପୂର୍ବ ଇଞ୍ଜିନିୟର ନିଶାନ୍ତ ଅଗ୍ରୱାଲଙ୍କୁ ଆଜୀବନ କାରାଦଣ୍ଡ ସଜା ଶୁଣାଇଛନ୍ତି। ନିଶାନ୍ତଙ୍କ ନାମରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ପାଇଁ କାମ କରୁଥିବା ନେଇ ଅଭିଯୋଗ ରହିଛି।

ସୂଚନା ଅନୁସାରେ, ନାଗପୁରରେ ଥିବା ବ୍ରହ୍ମୋସ ଏରୋସ୍ପେସର କ୍ଷେପଣାସ୍ତ୍ର କେନ୍ଦ୍ରର ଟେକ୍ନିକାଲ ରିସର୍ଚ୍ଚ ବିଭାଗରେ ନିୟୋଜିତ ନିଶାନ୍ତ ଥିଲେ। ସିନିୟର ସିଷ୍ଟମ ଇଞ୍ଜିନିୟର ଥିବା ସହ କ୍ଷେପଣାସ୍ତ୍ର ଯୋଜନା ମିଶନରେ ସାମିଲ ଥିଲେ। ତାଙ୍କୁ ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ଏଟିଏସ୍‌ ଏବଂ ମିଲିଟାରୀ ଇଣ୍ଟେଲିଜେନ୍ସ ମିଳିତ ଭାବେ ତଦନ୍ତ କରି ନିଶାନ୍ତଙ୍କୁ ନାଗପୁରରୁ ଗିରଫ କରିଥିଲେ। ନିଶାନ୍ତଙ୍କ ବିରୁଦ୍ଧରେ ଏକାଧିକ ମାମଲା ରୁଜୁ ହୋଇଥିଲା। ସେ ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ ( ଆଇଏସଆଇ)କୁ ସମ୍ବେଦନଶୀଳ ତଥ୍ୟ ଲିକ୍ କରିଥିବା ଅଭିଯୋଗ ହୋଇଥିଲା। ନିଶାନ୍ତଙ୍କୁ ସରକାରୀ ଗୋପନୀୟତା ଅଧିନିୟମ ଆଧାରରେ ଦଣ୍ଡିତ କରାଯାଇଛି।

Leave A Reply

Your email address will not be published.