ନୂଆଦିଲ୍ଲୀ: ନିର୍ବାଚନ ବର୍ଷର ବଜେଟ୍ ଖାସ୍ ଭୋଟରଙ୍କୁ ମନାଇବା ପାଇଁ ଉଦ୍ଦିଷ୍ଟ । ଏଥିରେ ଆର୍ଥିକ ସଂସ୍କାର ଦିଗରେ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନ ନେଇପାରନ୍ତି । ଆସନ୍ତା ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ସ୍ଥାନରେ ଦାୟିତ୍ୱରେ ଥିବା ପୀୟୂଷ ଗୋୟଲଙ୍କ ଦ୍ୱାରା ଆଗତ ହେବାକୁ ଥିବା ୨୦୧୯-୨୦ ବଜେଟକୁ ନେଇ ଏମିତି ପୂର୍ବାନୁମାନ ଓ ମତମନ୍ତବ୍ୟ ପ୍ରକାଶ ପାଇଲାଣି । ଏହି ବଜେଟରେ ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଭୋଟରଙ୍କ ସହିତ ଚାଷୀ ବର୍ଗକୁ ଖୁସି କରିବା ଲାଗି ଅନେକ ପଦକ୍ଷେପ ନେଇପାରନ୍ତି ବୋଲି ବିଶ୍ୱାସ କରାଯାଉଛି ।
ଅଧିକ ଖର୍ଚ୍ଚ ଓ କମ ରାଜସ୍ୱ ଆଦାୟ କାରଣରୁ ଦେଶର ଅର୍ଥନୀତି ବିପଦମୁହାଁ ହୋଇଛି । ମାର୍ଚ୍ଚ ମାସ ବେଳକୁ ବିତ୍ତୀୟ ନିଅଣ୍ଟ ସାମଗ୍ରିକ ଘରୋଇ ଉପùାଦର ୩.୫ ପ୍ରତିଶତକୁ ଛୁଇଁଯାଇପାରେ । ହେଲେ ନିକଟରେ ତିନି ତିନିଟି ବିଜେପି ଶାସିତ ରାଜ୍ୟରେ ପରାଜୟ କାରଣରୁ କେନ୍ଦ୍ର ସରକାର ଏ ଦିଗକୁ ଅଣଦେଖା କରି ଭୋଟରଙ୍କୁ ଅଧିକ ଗୁରୁତ୍ୱ ଦେବେ ବୋଲି କୁହାଯାଉଛି ।
ଦେଶର ଅର୍ଥନୀତି ସଙ୍କଟରେ ଥିବା କାରଣରୁ ପୂର୍ବରୁ କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କର ସହାୟତା ଲୋଡିଥିଲେ । ଏହାକୁ ନେଇ ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଏବେ ଯାଏ ମଧ୍ୟ ବିବାଦ ଦାଣ୍ଡରେ ପଡି ହାଟରେ ଗଡୁଛି । କିନ୍ତୁ କେନ୍ଦ୍ର ସରକାର ୧ଲକ୍ଷ କୋଟିର ଚାଷୀ ପ୍ୟାକେଜ ପ୍ରସ୍ତୁତ କରିବା ଜିଦରେ ଅଟଳ ଅଛନ୍ତି ।
ବିଶିଷ୍ଟ ଅର୍ଥନୀତିଜ୍ଞଙ୍କର କହିବା କଥା ହେଉଛି, ଏହା ଭୋଟରଙ୍କୁ ସୁହାଇପାରେ । ମାତ୍ର ଏହାର ସାଂଘାତିକ ପ୍ରଭାବ ଅର୍ଥନୀତି ଉପରେ ଆଗକୁ ପଡିବା ସମ୍ଭାବନାକୁ ଏଡାଇ ଦେଉ ହେଉନାହିଁ ।
ପ୍ରମୁଖ ଖବର
ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ