ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ମଣିପୁରରେ ପୁଣି ହିଂସା

0

ମଣିପୁର: ମଣିପୁରରେ ଜିରିବାମ ଜିଲାରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ଲଙ୍କାକାଣ୍ଡ ଘଟାଇଛନ୍ତି। ଶନିବାର ଦୁଇଟି ପୁଲିସ ଆଉଟ୍‌ପୋଷ୍ଟ, ଗୋଟିଏ ଫରେଷ୍ଟ ଅଫିସ୍‌ ସହ ୭୦ଟି ଘର ଜାଳି ଦେଇଛନ୍ତି। ଏହାକୁ ନେଇ ପୂରା ଅଞ୍ଚଳରେ ଅଶାନ୍ତି ଲାଗି ରହିଛି।

ପୁଲିସ କହିବା ମୁତାବକ ସନ୍ଦିଗ୍ଧ ଆତଙ୍କବାଦୀମାନେ ଶୁକ୍ରବାର ବିଳମ୍ବିତ ରାତିରେ ୩/୪ଟି ଡଙ୍ଗା ଯୋଗେ ଜିରିବାମ ଜିଲାର ବରାକ ନଦୀ କୂଳରେ ପହଞ୍ଚିଥିଲେ। ଏହାପରେ ସେମାନେ ପୁଲିସ୍‌ ଆଉଟ୍‌ପୋଷ୍ଟ ଓ ମେତେଇ ଗାଁରେ ଥିବା କିଛି ଘର ଉପରକୁ ଆକ୍ରମଣ କରିଥିଲେ। ଏହାପରେ ସେଠାରେ ନିଆଁ ଲଗାଇ ଦେଇଥିଲେ। ପରେ ସେମାନେ ଜିଲ୍ଲାର ଲମତାଇ ଖୁନୋ ଏବଂ ମଧୁପୁର ପୁଲିସ ଆଉଟ୍‌ପୋଷ୍ଟକୁ ଆକ୍ରମଣ କରିଥିଲେ।

ସୂଚନାଯୋଗ୍ୟ, ମଣିପୁରରେ ଗତବର୍ଷ ମେ’ ମାସରୁ ଏଠାରେ ଜାତୀୟ ହିଂସା ଜାରି ରହିଛି। ଜିରିବାମ ଅଞ୍ଚଳ ଏହି ହିଂସା ଠାରୁ ଦୂରେଇ ରହିଥିଲା। ତେବେ ଗୁରୁବାର ସନ୍ଧ୍ୟାରେ ସନ୍ଦିଗ୍ଧ ଅ୍ରାତଙ୍କବାଦୀମାନେ ଏଠାକାର ଜଣେ ୫୯ ବର୍ଷୀୟ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ। ଏହି ବୃଦ୍ଧ ବ୍ୟକ୍ତିଙ୍କ ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା। ସ୍ଥାନୀୟ ଲୋକମାନେ କିଛି ସ୍ଥାନରେ ନିଆଁ ଲଗାଇ ଦେଇଥିଲେ। ଏହାପର ଠାରୁ ସେଠାରୁ କର୍ଫ୍ୟୁ ଲାଗୁ କରାଯାଇଥିଲା।  

Leave A Reply

Your email address will not be published.