ପ୍ରମୁଖ ଖବର

ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା ଗିରଫ
ପରଲୋକରେ ଲୋକପ୍ରିୟ ଅଭିନେତା ଅଚ୍ୟୁତ ପୋତଦାର୍
କଟକ ସହରରେ ଗଣେଶ ପୂଜା ପାଇଁ ଗାଇଡଲାଇନ ଜାରି
ଶିଶୁ ବାଟିକା ପିଲାମାନଙ୍କୁ ମିଳିବ ମାଗଣା ୟୁନିଫର୍ମ
ବନ୍ଦ ହୋଇଯିବ ଭୁବନେଶ୍ଵର-ଦୁବାଇ ବିମାନ ସେବା
ଆଳି ଏକମାଣିଆ ମଇଁଷି ମୃତ୍ୟୁ ଘଟଣା : ମିଳିବ କ୍ଷତିପୂରଣ

ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ

0

ଭୁବନେଶ୍ବର: ଆସନ୍ତାକାଲି ଶପଥ ନେବେ ଓଡ଼ିଶାର ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀ। ତେବେ ମୁଖ୍ୟମନ୍ତ୍ରୀ କିଏ ଏନେଇ ସ୍ପଷ୍ଟ ସୂଚନା ମିଳି ନ ଥିବାବେଳେ ମଙ୍ଗଳବାର ସଂଧ୍ୟାରେ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ବସିବାକୁ ଯାଉଛି। ଶପଥ ଗ୍ରହଣ ଉତ୍ସବରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ ପାଇଁ ଭାଜପା ଦଳ ବିଧାୟକମାନେ ପୁରୀରେ ପହଞ୍ଚିଛନ୍ତି ।

ସୂଚନାଥାଉ କି, ଜନତା ମଇଦାନରେ ଆସନ୍ତାକାଲି ଅପରାହ୍ଣ ୪ଟା ୪୫ରେ ଶପଥ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ବିଜେପି ବିଧାୟକଙ୍କର ଟିମ୍ ପୁରୀ ଯାଇଛନ୍ତି। ପୁରୀରେ ଚିଲିକା ବିଜେପି ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ, ନିମାପଡା ବିଧାୟିକା ପ୍ରଭାତି ପରିଡା ଛପା ହୋଇଥିବା ନିମନ୍ତ୍ରଣ କାର୍ଡକୁ ସାଙ୍ଗରେ ନେଇଛନ୍ତି। ପରମ୍ପରା ଅନୁଯାୟୀ ତିନି ଠାକୁରଙ୍କୁ ଦଳ ପକ୍ଷରୁ ନିମନ୍ତ୍ରଣ କରାଯିବ ।

Leave A Reply

Your email address will not be published.