ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ନେଦରଲାଣ୍ଡ ଲଳନାଙ୍କ ହାତ ଧରିଲେ ଅରୁଣ

0

ନୂଆଦିଲ୍ଲୀ:ବିବାହ ବନ୍ଧନରେ ବାନ୍ଧି ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ । ଅରୁଣ ନେଦରଲାଣ୍ଡରେ ବିବାହ କରିଛନ୍ତି । ଏନେଇ ତାଙ୍କ ଭଉଣୀ ଗାୟତ୍ରୀ ପଟ୍ଟନାୟକ ସୋସିଆଲ ମିଡିଆରେ ଅରୁଣଙ୍କ ବିବାହର ଫଟୋ ସେୟାର କରି ସୂଚନା ଦେଇଛନ୍ତି । ଯେଉଁଥିରେ ଅରୁଣ କଳା ରଙ୍ଗର ବ୍ଲେଜର ପିନ୍ଧିଥିବାବେଳେ ତାଙ୍କ ପତ୍ନୀ ଧଳା ରଙ୍ଗର ଗାଉନ ପିନ୍ଧି ହାତରେ ଫୁଲ ତୋଡା ଧରିଛନ୍ତି ।ଏହା ସହ ଗାୟତ୍ରୀ ପଟ୍ଟନାୟକ ନିଜ ସହ ତାଙ୍କ ଭାଇ ଅରୁଣ ଓ ତାଙ୍କ ପୁଅର ଫଟୋ ମଧ୍ୟ ସେୟାର କରିଥିବା ଦେଖିବାକୁ ମିଳିଛି ।

ଅରୁଣ ହେଉଛନ୍ତି ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ । ଅରୁଣଙ୍କ ପତ୍ନୀଙ୍କ ନାଁ ନାଦିଆ। ନାଦିଆ ହେଉଛନ୍ତି ନେଦରଲାଣ୍ଡର ନାଗରିକ। ନେଦରଲାଣ୍ଡରେ ହିଁ ଅରୁଣ ଓ ନାଦିଆଙ୍କ ବାହାଘର ହୋଇଛି। ଅରୁଣ କିଛି ଦିନ ତଳେ ଭୁବନେଶ୍ୱର ଆସିଥିଲେ। ଅନେକ ସମୟରେ ସେ ଓଡ଼ିଶା ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତି। ବିଜୁ ପଟ୍ଟନାୟକଙ୍କ ନାତି ଭାବେ ଅରୁଣ ପଟ୍ଟନାୟକଙ୍କ ଅନେକ କ୍ରେଜ୍ ରହିଛି।

Leave A Reply

Your email address will not be published.