ପ୍ରମୁଖ ଖବର

ଇସ୍ତଫା ଦେବାର ୮ ଦିନରେ ସରକାରୀ ବାସଭବନ ଛାଡିବେ କେଜରିୱାଲ
ଝାଡ଼ଖଣ୍ଡ ଛାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ହେମନ୍ତ ସୋରେନ
ବଢିଲା ପୋଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ: ୨୦୨୬ ପର୍ଯ୍ୟନ୍ତ ପୋଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ାଇଲେ ରାଜ୍ୟ ସରକାର

ଏନକାଉଣ୍ଟରରେ ଟଳିଲେ ଦୁଇ ଆତଙ୍କବାଦୀ

0

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରରେ ସୁରକ୍ଷାବାହିନୀକୁ ସଫଳତା। ଏନକାଉଣ୍ଟରରେ ଟଳିଲେ ଦୁଇ ଆତଙ୍କବାଦୀ। ବୁଧବାର ସକାଳେ ଦୋଡା ଜିଲ୍ଲାର ସିନ୍ନୁ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସକାଳ ୯ଟା ୫୦ଟା ସମୟରେ ଏହି ଗୁଳି ବିନିମୟ ଆରମ୍ଭ ହୋଇଥିବା ବେଳେ ଏବେ ଯାଏଁ ୨ ଜଣ ଆତଙ୍କୀ ନିପାତ ହୋଇଥିବା ଖବର ମିଳିଛି।

ସୂଚନା ଅନୁଯାୟୀ, ଏହି ଗୁଳି ବିନିମୟ ମଧ୍ୟରେ ୩ ଜଣ ଆତଙ୍କୀ ଫସି ରହିଛନ୍ତି। କିନ୍ତୁ ଏନେଇ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନି। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଏବେ ସୁଦ୍ଧା ଦୁଇ ଜଣ ଆତଙ୍କୀ ନିହତ ହୋଇଛନ୍ତି।

Leave A Reply

Your email address will not be published.