ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ପୁଣି ସାମ୍‌ ପିଟ୍ରୋଡା ହେଲେ କଂଗ୍ରେସ ଓଭରସିଜ୍‌ର ଅଧ୍ୟକ୍ଷ

0

ନୂଆଦିଲ୍ଲୀ: ସାମ୍‌ ପିଟ୍ରୋଡାଙ୍କୁ ପୁଣି କଂଗ୍ରେସ ଓଭରସିଜ୍‌ ଅଧ୍ୟକ୍ଷ ଦାୟିତ୍ୱ। ପିଟ୍ରୋଡାଙ୍କୁ ପୁନଃ ନିଯୁକ୍ତି ଦେଇଛନ୍ତି ମଲ୍ଲିକାର୍ଜୁନ ଖଡଗେ। କିଛି ସପ୍ତାହ ତଳେ ବର୍ଣ୍ଣ ବୈଷମ୍ୟ ମନ୍ତବ୍ୟକୁ ନେଇ ତାଙ୍କୁ ଏହି ପଦବୀରୁ ସେ ଇସ୍ତଫା ଦେଇଥିଲେ। ଦେଶରେ ନିର୍ବାଚନୀ ମାହୋଲ ସରଗରମ ଥିବା ବେଳେ ସେ ଏକ ବିବାଦୀୟ ମନ୍ତବ୍ୟ ଦେଇ କହିଥିଲେ ଯେ, ”ପୂର୍ବ ଭାରତୀୟମାନେ ଚାଇନିଜ ଭଳି ଏବଂ ଦକ୍ଷିଣ ଭାରତୀୟମାନ ଆଫ୍ରିକୀୟ ଭଳି ଦେଖାଯାଆନ୍ତି।”

ପିଟ୍ରୋଡାଙ୍କ ଏହି ମନ୍ତବ୍ୟକୁ ନେଇ ବିବାଦ ଘନେଇବା ପରେ କଂଗ୍ରେସ ଏହି ପ୍ରସଙ୍ଗରୁ ନିଜକୁ ଦୁରେଇ ରଖିଥିଲା। ପିଟ୍ରୋଡ଼ାଙ୍କ ମତ ସହିତ କଂଗ୍ରେସ ଏକମତ ନୁହେଁ ବୋଲି ଜୟରାମ ରମେଶ କହିଥିଲେ।

ପିଟ୍ରୋଡାଙ୍କ ଏହି ବିବାଦୀୟ ମନ୍ତବ୍ୟ ପରେ ଅଡୁଆରେ ପଡ଼ିଥିଲା କଂଗ୍ରେସ। ନିର୍ବାଚନ ବେଳେ ବିଜେପି ଏହି ବୟାନକୁ ନେଇ କଂଗ୍ରେସକୁ ଘେରିଥିଲା। ପିଟ୍ରୋଡାଙ୍କ ଏହି ମନ୍ତବ୍ୟକୁ ନେଇ ଭାଜପା କଂଗ୍ରେସକୁ ତୀବ୍ର ସମାଲୋଚନା କରି ସେମାନଙ୍କୁ ଜାତିବାଦୀ ଏବଂ ବିଭାଜନକାରୀ ବୋଲି କହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ପ୍ରସଙ୍ଗ କରି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଘେରିଥିଲେ। ବିବାଦ ବଢ଼ୁଥିବାରୁ ସାମ ପିଟ୍ରୋଡା କଂଗ୍ରେସର ଇଣ୍ତିଆନ ଓଭରସିଜ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ।

Leave A Reply

Your email address will not be published.