ପ୍ରମୁଖ ଖବର

ଜିଲ୍ଲାପାଳମାନଙ୍କୁ ସିଏମ ମୋହନ ମାଝୀଙ୍କ ୯ଟି ଟାସ୍କ: ଦୁର୍ନୀତି ହଟାଅ, ସଚ୍ଚୋଟ ହୁଅ
ଜଗତସିଂହପୁରର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ନିକଟସ୍ଥ ଏକ ଘରୋଇ ମେସରୁ ମଙ୍ଗଳବାର ଦିନ ଜଣେ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୬ ମାଓବାଦୀ ନିହତ

ବଦଳିପାରେ ମେକ ଇନ ଓଡ଼ିଶା ନାଁ

0

ଭୁବନେଶ୍ବର: ବଦଳିପାରେ ମେକ ଇନ ଓଡ଼ିଶା ନାଁ। ଏନେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଇସାରା ଦେଇଛନ୍ତି। ମେକ ଇନ ଓଡ଼ିଶା ଜାଗାରେ ଉତ୍କଳ ଇନଭେଷ୍ଟ ସମିଟ ହୋଇପାରେ ବୋଲି ଜଣାପଡିଛି। ଉତ୍କଳ ଇନଭେଷ୍ଟ ସମିଟ ଜରିଆରେ ପୁଞ୍ଜି ଆଣିବାକୁ ଲକ୍ଷ୍ୟ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ କହିଛନ୍ତି, ଓଡ଼ିଶାକୁ କିଭଳି ନୂଆ ଶିଳ୍ପ ଆସିବ ଏବଂ ଶିଳ୍ପକ୍ଷେତ୍ରରେ କିଭଳି ଆଗକୁ ନିଆଯିବ ସେନେଇ ଆଲୋଚନା ହୋଇଛି । ଇଣ୍ଡଷ୍ଟ୍ରିଆଲ କରିଡରକୁ ବିକଶିତ କରିବୁ। ଏନେଇ ପ୍ରସ୍ତୁତ ଚାଲିଛି। ତେବେ ଖୁବଶୀଘ୍ର ସରକାର ଘୋଷଣା କରିବେ ବୋଲି ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି।

Leave A Reply

Your email address will not be published.