ପ୍ରମୁଖ ଖବର

ମିଳିବ ସୁଭଦ୍ରା ଟଙ୍କା,ମାତିଲେଣି ସାଇବର ଠକ, ସତର୍କ କଲେ ଉପମୁଖ୍ୟମନ୍ତ୍ରୀ
ଏବେ ମହଙ୍ଗା ହୋଇଛି ଖାଇବା ତେଲ, ଲିଟର ପିଛା ୨୦ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର
କାକଟପୁରରେ କୁଣ୍ଢେଇ ବଜାର ସାହୁ ଜୁଏଲାରୀ ମାଲିକ ନିରଞ୍ଜନ ସାହୁଙ୍କୁ ଦୁଇ ରାଉଣ୍ଡ ଗୁଳିମାଡ଼
ମଙ୍ଗଳବାର ଓଡ଼ିଶା ଆସୁଛନ୍ତି ମୋଦି, ଜନ୍ମଦିନରେ ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ
ରାଜଧାନୀ ଭୁବନେଶ୍ୱରରେ ବେପରୁଆ ଡ୍ରାଇଭିଂ କରିବାରୁ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ
ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଦ୍ଵିତୀୟ ଥରେ ପାଇଁ ଗୁଳିମାଡ଼
ରାୟଗଡ଼ା ଜିଲ୍ଲା କେଉଟଗୁଡା ରେଳଷ୍ଟେସନ ନିକଟରେ ଭୁସ୍ଖଳନ, ଲଗାଣ ବର୍ଷାରୁ ଭୁସ୍ଖଳନ ଘଟି ରେଳ ଚଳାଚଳ ବାଧାପ୍ରାପ୍ତ

ଦେଶ ପାଇଁ ଏହା ମୋର ଶେଷ ଟି ୨୦ : ବିରାଟ କୋହଲି

0

ନ୍ୟୁଜ୍ ବ୍ୟୁରୋ: ଟି ୨୦ କ୍ରିକେଟରୁ ଅବସର ଘୋଷଣା କଲେ କୋହଲି। ଟି ୨୦ ବିଶ୍ୱକପ ୨୦୨୪ ଜିତିବା ପରେ ଅନ୍ତର୍ଜାତୀୟ କ୍ରିକେଟରେ ଖେଳର ସବୁଠାରୁ ଛୋଟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ବିରାଟ କୋହଲି। ଦେଶ ପାଇଁ ଏହା ମୋର ଶେଷ ଟି ୨୦ ମ୍ୟାଚ୍ ଥିଲା ବୋଲି କହିଲେ କୋହଲି।

ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ରୋମାଞ୍ଚକର ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦ୍ୱିତୀୟ ଥର ଟି୨୦ ବିଶ୍ୱକପ ବିଜୟୀ ହୋଇଛି ଭାରତ। ଏଥିସହିତ ଭାରତ ଚତୁର୍ଥ ଥର ପାଇଁ କୌଣସି ବିଶ୍ୱକପ ଜିତିଛି। ଶନିବାର ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲ ମୁକାବିଲାରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରିଛି। ଏହି ବିଜୟ ପରେ ୧୫୦ କୋଟି ଭାରତୀୟ ଉତ୍ସବମୁଖର ହୋଇଛନ୍ତି।

ଭାରତୀୟ ଦଳ ଦୁଇଥର (୧୯୮୩, ୨୦୧୧) ଦିନିକିଆ ବିଶ୍ୱକପ ଟାଇଟଲ ଜିତିଛି। ସେହିଭଳି ଦୁଇଥର (୨୦୦୭, ୨୦୨୪) ଟି ୨୦ ବିଶ୍ୱକପ୍ ଟାଇଟଲ୍ ଜିତିଛି। ଦଳ ଶେଷ ଥର ପାଇଁ ୨୦୧୧ ରେ ଦିନିକିଆ ବିଶ୍ୱକପ ଜିତିଥିଲା। ​​ବର୍ତ୍ତମାନ ୧୩ ବର୍ଷ ପରେ କୌଣସି ବିଶ୍ୱକପ୍ (ଟି -୨୦ ରେ) ଟାଇଟଲ୍ ଜିତିଛି।

ଏହା ସହିତ ଟି ଟ୍ବେଣ୍ଟି କ୍ରିକେଟରୁ ଅବସର ଘୋଷଣା କଲେ କୋହଲି। ଟୁର୍ଣ୍ଣାମେଣ୍ଟରେ କୋହଲି ଭଲ ପ୍ରଦର୍ଶନ କରିନପାରି ସମାଲୋଚନାର ଶିକାର ହୋଇଥିଲେ। କିନ୍ତୁ ଶେଷ ମ୍ୟାଚରେ ସେ କମାଲ କରିଥିଲେ। ଗୋଟିଏ ପରେ ଗୋଟିଏ ଓ୍ବିକେଟ ଯାଉଥିବା ବେଲେ ସେ କ୍ରିଜରେ ଛିଡା ହୋଇ ଏକା ଲଢିଥିଲେ। ୫୯ ବଲରେ ୭୬ ରନ କରିଥିଲେ କୋହଲି। ମ୍ୟାଚ ସରିବା ପରେ ପ୍ଲେୟର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ କୋହଲି। ଏହି ସମୟରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ଘୋଷଣା କରିଥିଲେ ।

Leave A Reply

Your email address will not be published.