ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରେ କ୍ରିକେଟ୍ରୁ ସନ୍ୟାସ ନେଲେ ରବୀନ୍ଦ୍ର ଜାଡେଜା

0

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ଟି-୨୦ ବିଶ୍ୱକପ୍‌ ୨୦୨୪ ଚମ୍ପିଆନ ହେବାପରେ ଖୁସିରେ ଆତ୍ମହରା ଭାରତବାସୀ। ହେଲେ ଏହାପରେ ଅପ୍ରତ୍ୟାଶିତ ଭାବରେ ଦଳର ଦୁଇ କିମ୍ବଦନ୍ତୀ ବିରାଟ କୋହଲି ଓ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରି ପ୍ରଶଂସକଙ୍କୁ ଝଟ୍‌କା ଦେଇଥିଲେ। ଆଉ ଏହାପରେ ଆଜି ଭାରତୀୟ ଫ୍ୟାନ୍ସଙ୍କୁ ଲାଗିଛି ତୃତୀୟ ଝଟ୍‌କା। ଭାରତୀୟ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଆଜି ନିଜର ଅବସର ନେଇ ଘୋଷଣା କରିଛନ୍ତି। ନିଜ ସୋସିଆଲ ମିଡିଆରେ ଭାବପୂର୍ଣ୍ଣ ପୋଷ୍ଟ କରି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ନିଜର ସନ୍ୟାସ ଘୋଷଣା କରିଛନ୍ତି ଜାଡେଜା।

ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରୁ ବିଦାୟ ନେଇଛନ୍ତି ସାର୍‌ ରବୀନ୍ଦ୍ର ଜାଡେଜା। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ବିଶ୍ଵକପ ଫାଇନାଲ ଜିତି ଭାରତ ଟାଇଟଲ ବିଜୟୀ ହେବା ପରେ ଜାଡେଜା ଅବସର ଘୋଷଣା କରିଛନ୍ତି। ପୂର୍ବରୁ ରୋହିତ ଶର୍ମା ଏବଂ ବିରାଟ କୋହଲି ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିଥିଲେ।

ଜାଡେଜା କ୍ରିକେଟ କ୍ୟାରିୟର ମଧ୍ୟରେ ୭୪ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିଛନ୍ତି। ସେଥିରୁ ସେ ୫୧୫ ରନ୍‌ ସଂଗ୍ରହ କରିବା ସହିତ ୫୪ଟି ଓ୍ବିକେଟ ଅକ୍ତିଆର କରିଛନ୍ତି। ଚଳିତ ବିଶ୍ଵକପରେ ସେ ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିଲେ ହେଁ ଅତୀତରେ ଅନେକ ମ୍ୟାଚ ବିଜୟୀ ଇଂନିସ ଖେଳି ଦେଶ ଓ ଦଳ ପାଇଁ ଗୌରବ ଆଣି ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ବିଶ୍ଵକପ ଫାଇନାଲ ମ୍ୟାଚ ଖେଳାଯାଇଥିଲା। ଏହି ରୋମାଞ୍ଚଭରା ମ୍ୟାଚରେ ଭାରତ ୭ ରନରେ ଦକ୍ଷିଣ ଆଫ୍ରିକାଠାରୁ ବିଜୟୀ ହୋଇଥିଲା।

Leave A Reply

Your email address will not be published.