ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଅଜାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ନାତି

0

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା କୋଇଡ଼ା କେ.ବଲାଙ୍ଗ ଥାନା ପୁରୁଣାପାଣି ଗାଁରେ ସୋମବାର ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଅଜାଙ୍କୁ ଅତି ନୃସଂଶ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ନାତି। ମୃତକ ହେଲେ ପୁରୁଣାପାଣି ଗ୍ରାମର ନୟମାନ ମୁଣ୍ଡା(୬୫) ।

ଆଜିର ବିଜ୍ଞାନ ଯୁଗରେ ବି ମଣିଷ ଅନ୍ଧବିଶ୍ୱାସ ଭିତରେ ବୁଡି ରହିଛି । ଅନ୍ଧବିଶ୍ୱାସରେ କାରଣରୁ ନାତି ତା ଅଜାଙ୍କୁ ହତ୍ୟା କରିଛି । ହତ୍ୟା ପରେ ଅଭିଯୁକ୍ତ ନାତି ସାଲମାନ ମୁଣ୍ଡା(୪୦) କଟା ମୁଣ୍ଡ ଧରି ଗାଁରେ ବୁଲିଥିଲେ। ସେତିକିବେଳେ ଗ୍ରାମବାସୀ ଅଭିଯୁକ୍ତ ସାଲମାନଙ୍କୁ ଧରି ପୋଲିସ ଜିମା ଦେଇଥିବା ଜଣାପଡିଛି।

ପୋଲିସ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଗୁଣି ଗାରେଡ଼ି ସନ୍ଦେହରୁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ଏନେଇ କେ. ବଲାଙ୍ଗ ଥାନାରେ ଏକ ମାମଲା(ନଂ.୫୯/୨୦୨୪) ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିବା କେ.ବଲାଙ୍ଗ ଥାନା ଅଧିକାରୀ ସ୍ମୃତିରଞ୍ଜନ ନାୟକ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.