ପ୍ରମୁଖ ଖବର

ଅହମଦାବାଦ ରଥଯାତ୍ରା ପାଇଁ ୩୧ ହଜାରରୁ ଅଧିକ ପୋଲିସ ମୁତୟନ
ତାଜ ହୋଟେଲକୁ ବୋମା ଧମକ, ତଲାସି ପରେ ଗୁଜବ ବୋଲି ସ୍ପଷ୍ଟ
ରଥଯାତ୍ରା ଡିଉଟିରେ ଥିବା ହୋମଗାର୍ଡଙ୍କ ମୃତ୍ୟୁ; ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା
ରଥଯାତ୍ରା ଡିଉଟିରେ ଥିବା ହୋମଗାର୍ଡଙ୍କ ମୃତ୍ୟୁ; ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା
ଆଖି ବୁଜିଲେ ବ୍ରହ୍ମପୁର ପୀଡ଼ିତା, ବାପାଙ୍କ ବିରୋଧରେ ଆଣିଥିଲେ ଯୌନ ନିର୍ଯାତନା ଅଭିଯୋଗ
କଣ୍ଡକ୍ଟରଙ୍କୁ ଆକ୍ରମଣ ଘଟଣା: ଆଜିଠାରୁ ଉଦଳାରୁ ସମସ୍ତ ରୁଟ୍‌କୁ ବସ ବନ୍ଦ

ଡା. ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ହେବେ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି

0

କଟକ: ଓଡିଶା ହାଇକୋର୍ଟର ବିଚାରପତି ଡା. ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ହେବେ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି। ଏନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ଡିସେମ୍ବର ୨୭ ତାରିଖରେ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ପାଇଁ ଜଷ୍ଟିସ ଷଡଙ୍ଗୀଙ୍କ ନାଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଥିଲେ। ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ସୂଚନା  ଦେଇଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ।

ସୂଚନାଯୋଗ୍ୟ, ୧୯୮୫ ରେ ଓକିଲାତି ଜୀବନ ଆରମ୍ଭ କରିଥିବା ଜଷ୍ଟିସ ଷଡଙ୍ଗୀ ୨୦୧୩ ମସିହାରେ ଓଡିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ଦେଇଥିବା ବେଳେ ପୂର୍ବରୁ କିଛି ମାସ ପାଇଁ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ମଧ୍ୟ ଦାୟିତ୍ୱ ତୁଳାଇଛନ୍ତି।

Leave A Reply

Your email address will not be published.