ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଏଥର ରଥଯାତ୍ରାରେ ଟ୍ରାଫିକ ନିୟନ୍ତ୍ରଣ କରିବ ଡ୍ରୋନ୍

0

ଭୁବନେଶ୍ବର: ଏଥର ରଥଯାତ୍ରାରେ ଡ୍ରୋନ୍ ସାହାଯ୍ୟରେ ହେବ ଭିଡ ନିୟନ୍ତ୍ରଣ। ରଥଯାତ୍ରାରେ ଟ୍ରାଫିକ ସୁପରିଚାଳନା ନେଇ ଟ୍ରାଫିକ ଦାଇତ୍ୱରେ ଥିବା ଏଡିଜି ଦୟାଲ୍ ଗଙ୍ଗଓ୍ବାରଙ୍କ ସାମ୍ବାଦିକ ସମ୍ମିଳନୀ କରି କିପରି ଡ୍ରୋନ୍ ସାହାଯ୍ୟରେ ଟ୍ରାଫିକ ନିୟନ୍ତ୍ରଣ କରାଯିବ ଏହି ସୂଚନା ଦେଇଛନ୍ତି। ୩୦ ମିଟର ରୁ ୧୦୦ ମିଟର ଭିତରେ ଉଡ଼ିବ ଡ୍ରୋନ।

ପ୍ରଥମ ଥର ପୁରୀ ରଥଯାତ୍ରାରେ ଭକ୍ତଙ୍କୁ ଜଗିବ ଡ୍ରୋନ। ଏଥିସହ ହ୍ବାଟ୍ସ ଆପ ଚାଟ୍ ବୋର୍ଡ ବ୍ୟବସ୍ଥା ମଧ୍ୟ କରାଯାଇଛି। କେତେବେଳେ କେଉଁ ରାସ୍ତାରେ ସହଜରେ ଯାତାୟତ କରିପାରିବେ ସେନେଇ ଏହା କାର୍ଯ୍ୟ କରିବ। ଦୁଇ ଚକିଆ ଓ ଚାରି ଚକିଆ ଯାନ ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ହୋଇଛି। ୫୦ ପ୍ଲାଟୁନ ଫୋର୍ସ ସହ ୪୦୦ ଅଫିସର ମୁତୟନ‌ ରହିବେ। ଏସବୁ ଉପରେ ଡ୍ରୋନ୍ ମାଧ୍ୟମରେ ନଜର ରଖାଯିବ ।

ଏଥିସହ ଆଜି ପୁଲିସ ଲାଇନ୍ ପଡ଼ିଆରେ ରଥ ଟଣା ମକଡ୍ରିଲ୍ ହୋଇଛି। ତିନି ରଥର ସୁରକ୍ଷା, ରଥର ଇନର, ଆଉଟଡୋର ଓ ଜେନେରାଲ୍ କର୍ଡନ ଦାୟିତ୍ବରେ ରହିବାକୁ ଥିବା ପୁଲିସ ଅଧିକାରୀ ଓ କର୍ମଚାରୀ ମକଡ୍ରିଲରେ ସାମିଲ୍ ହୋଇଥିଲେ। ଅତିରିକ୍ତ ପୋଲିସ ଡ଼ିଜି ରାଧାକୃଷ୍ଣ ଶର୍ମାଙ୍କ ନେତୃତ୍ୱରେ ତିନୋଟି ରଥରେ ନିଯୁକ୍ତ ପୁଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ରଥଟଣାର ଅଭ୍ୟାସ କରାଯାଇଥିଲା। ମକଡ୍ରିଲରେ ଏଡିଜି, ଆଇଜି, ଏସପି, ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମଧ୍ୟ କରାଯାଇଛି ମକଡ୍ରିଲ୍।

Leave A Reply

Your email address will not be published.