ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭାରତ ବାଂଲାଦେଶ ସୀମାରେ ଜବତ ହେଲା ବିପୁଳ ସୁନା

0

ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ସୀମାରେ ବିଏସ୍‌ଏଫ୍‌ ଯବାନଙ୍କୁ ବଡ଼ ସଫଳତା ମିଳିଛି। ସୀମା ଦେଇ ଚାଲାଣ କରାଯାଉଥିବା ବେଳେ ଧରାପଡ଼ିଛି ସୁନା।ବିଏସ୍‌ଏଫ୍‌ ଏବଂ ଡି ଆର୍‌ଆଇ ମିଳିତ ଭାବେ ଏକ ଅପରେସନ୍‌ କରିଥିବା ବେଳେ ସୁରକ୍ଷାବଳ ହାତରେ ଲାଗିଛି ୯.୬ କୋଜିର ସୁନା ଏବଂ ୧୧.୫ ଲକ୍ଷ ନଗଦ ଟଙ୍କା । ଏଥିସହ ଏହାକୁ ଚାଲାଣ କରୁଥିବା ୭ ଜଣଙ୍କୁ ଗିରଫ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଦକ୍ଷିଣ ବଙ୍ଗର ନଦିଆ ଜିଲାରେ ମୁତୟନ ହୋଇଥିବା ୬୮ ବାଟାଲିୟନ୍‌ର ବିଏସ୍‌ଏଫ୍‌ ଯବାନ ରାଜସ଼୍ବ ଗୁପ୍ତଚର ନିର୍ଦ୍ଦେଶାଳୟ ସହ ମିଶି ଏହି ଅପରେସନ୍‌ କରିଥିଲେ। ଏହି ସମୟରେ ସୀମାନଗରରୁ ୭ ଜଣ ସୁନା ଚୋରା ଚାଲାଣକାରୀଙ୍କୁ ସେମାନେ ଧରିଥିଲେ। ସେମାନଙ୍କ ନିକଟରୁ ୧୬ଟି ସୁନା ଇଟା ଏବଂ ଏକ ସୁନା ବିସ୍କୁଟ ଜବତ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପାଖାପାଖି ୭ କୋଟି ହେବ ବୋଲି ଜଣାପଡିଛି।

Leave A Reply

Your email address will not be published.