ପ୍ରମୁଖ ଖବର

କେରଳରେ ପରିବର୍ତ୍ତନର ଲହରୀ, ୟୁଡିଏଫ ଫେରିଲା କ୍ଷମତାକୁ
ଆସାମରେ ହିମନ୍ତଙ୍କ ଐତିହାସିକ ବିଜୟ
କଲକାତାରେ ଭୋଟ ଗଣନା ମଧ୍ୟରେ ସେଲିବ୍ରେସନ ନିଷେଧ
ହାରିଲେ କଂଗ୍ରେସ ମୁଖିଆ ଗୌରବ ଗୋଗୋଇ
ଯାଜପୁରରେ ଭୟାବହ ସଡ଼କ ଦୁର୍ଘଟଣା, ୫ ମୃତ
ଓଡ଼ିଶାରେ ନୌକା ସୁରକ୍ଷା କଠୋର, ଲାଇଫ୍ ଜାକେଟ୍ ବାଧ୍ୟତାମୂଳକ

ଆସାମରେ ବନ୍ୟାସ୍ଥିତି ଗମ୍ଭୀର : କାଜିରଙ୍ଗାରେ ମଲେଣି ୧୩୭ ବନ୍ୟଜନ୍ତୁ

0

ଆସାମ: ଆସାମରେ ବନ୍ୟାସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡିଛି। ଆସାମରେ ବଡ଼ ବିପର୍ଯ୍ୟୟ ଆଣିଛି ବନ୍ୟା। ଗାଁ ଗଣ୍ଡାଠୁ ଆରମ୍ଭ କରି ବଣଜଙ୍ଗଲ ସବୁକିଛି ପାଣିରେ ଉବୁଟୁବୁ ହେଉଛି। ବନ୍ୟାରେ ଏବେସୁଦ୍ଧା ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ୨୭ ଜିଲ୍ଲାର ପ୍ରାୟ ୧୯ ଲକ୍ଷ ଲୋକ ପାଣି ଘେରରେ ରହିଛନ୍ତି। କେବଳ ମଣିଷ କାହିଁକି, ଏହି ଭୟଙ୍କର ବନ୍ୟା ଜୀବଜନ୍ତୁଙ୍କୁ ମଧ୍ୟ ଗୁରୁତର ପ୍ରଭାବିତ କରିଛି । କାଜିରଙ୍ଗା ଜାତୀୟ ଉଦ୍ୟାନରେ ପାଣିରେ ଭାସିଯାଇ ୧୩୭ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଛି। ସେଥିମଧ୍ୟରେ ୬ଟି ଗଣ୍ଡା ରହିଥିବା ସୂଚନା ଦିଆଯାଇଛି।

ତେବେ କାଜିରଙ୍ଗା କର୍ତ୍ତୃପକ୍ଷ ୯୯ଟି ବନ୍ୟଜନ୍ତୁଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। ଏହି ଜନ୍ତୁଙ୍କ ମଧ୍ୟରେ ଦୁଇଟି ଗଣ୍ଡା ଶାବକ ଏବଂ ଦୁଇଟି ହାତୀ ଶାବକ ରହିଛନ୍ତି। ଜାତୀୟ ଉଦ୍ୟାନ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି, ବନ୍ୟାଜଳରେ ବୁଡି ୧୦୪ଟି ହରିଣ, ୬ଟି ଗଣ୍ଡା ଓ ୨ଟି ସମ୍ବରର ମୃତ୍ୟୁ ହୋଇଛି। ଆଉ ଦୁଇଟି ହରିଣଙ୍କ ଗାଡି ଧକ୍କାରେ ଜୀବନ ଯାଇଥିବାବେଳେ ୨୨ଟି ବନ୍ୟଜନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି।ରାଜ୍ୟରେ ମୋଟ୍ ୨୬୯ରିଲିଫ୍ ଶିବିରରେ ୫୩ ହଜାର ୬୮୯ ଲୋକ ଆଶ୍ରୟ ନେଉଥିବା ସୂଚନା ମିଳିଛି।

ସେପଟେ ବନ୍ୟା ସ୍ଥିତିକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା କହିଛନ୍ତି ଉଭୟ ମନୁଷ୍ୟ ଏବଂ ବନ୍ୟଜନ୍ତୁ ବନ୍ୟାରେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ଟିମ୍ ଆସାମ ସମସ୍ତଙ୍କୁ ସହାୟତା ପାଇଁ ୨୪ ଘଣ୍ଟା କାମ କରୁଛି। ବନ୍ୟାରେ ଏକାଧିକ ଭିତ୍ତିଭୂମି ସହ ରାସ୍ତାଘାଟ, ହେକ୍ଟର ହେକ୍ଟର ଫସଲ କ୍ଷୟକ୍ଷତି ହୋଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଧନଜୀବନ ରକ୍ଷା ପାଇଁ ଏନଡିଆରଏଫ, ଏସଡିଆରଏଫ, ଅଗ୍ନିଶମ ଏବଂ ସ୍ଥାନୀୟ ପ୍ରଶାସନ ସେନା ଓ ଅର୍ଦ୍ଧସାମରିକ ବାହିନୀ ସହ ମିଳିତ ଭାବେ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି।

Leave A Reply

Your email address will not be published.