ବିହାର: ସିବିଆଇ କବଜାରେ ନିଟ୍ ପେପର ଲିକର ମାଷ୍ଟର ମାଇଣ୍ଡ । ଏନ୍ଇଇଟି-ୟୁଜି ପ୍ରଶ୍ନପତ୍ର ଲିକ୍ର କିଙ୍ଗ୍ପିନ୍ଙ୍କୁ ସିବିଆଇ ପାଟନା ନିକଟରୁ ଗିରଫ କରିଛି। ନାଳନ୍ଦାର ରାକେଶ ରଞ୍ଜନ ଓରଫ ରକି ପ୍ରଶ୍ନପତ୍ର ଲିକ୍ ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ସିବିଆଇ ତାଙ୍କୁ ଗୁରୁବାର ପାଟନାର ସ୍ୱତନ୍ତ୍ର ଅଦାଲତରେ ହାଜର କରାଇବା ପରେ ୧୦ ଦିନ ପାଇଁ ହାଜତକୁ ନେଇଛି। ଆଜି ମଧ୍ୟ ପଶ୍ଚିମବଙ୍ଗ ଓ ବିହାରର କେତେକ ସ୍ଥାନରେ ରେଡ୍ କରାଯାଇଛି । ସନ୍ଦେହ କରାଯାଉଛି ଝାଡ଼ଖଣ୍ଡର ହଜାରିବାଗରୁ ହିଁ ନିଟ୍ ପେପେର ଲିକ୍ ହୋଇଥିଲା ।ପ୍ରବେଶିକା ପରୀକ୍ଷା ଅନିୟମିତତା ମାମଲାରେ ଚଢ଼ାଉ ବେଳେ ରିକି ସିବିଆଇ ରାଡାରରୁ ଖସିଯିବା ପାଇଁ ବାରମ୍ବାର ନିଜର ରହଣି ବଦଳାଉଥିଲା। ସିବିଆଇ ତଦନ୍ତ ଦାୟିତ୍ୱ ନେବାଠାରୁ ତାଙ୍କ ପଛରେ ପଡ଼ିଥିଲା। ଟେକ୍ନିକାଲ ସର୍ଭିଲାନ୍ସ ସହାୟତାରେ ତଦନ୍ତକାରୀ ଅଧିକାରୀମାନେ ତାଙ୍କ ପ୍ରକୃତ ଅବସ୍ଥିତି ପାଇବା ପରେ ଗୁରୁବାର ଭୋର ସମୟରେ ଗିରଫ କରିଥିଲେ। ସିବିଆଇ ବିହାର ଓ ଝାଡ଼ଖଣ୍ଡର ୧୫ଟି ସ୍ଥାନରେ ଚଢ଼ାଉ କରି ପ୍ରଶ୍ନପତ୍ର ଲିକ୍ ସମ୍ପର୍କିତ କେତେକ ଦସ୍ତାବିଜ୍ ହସ୍ତଗତ କରିଥିଲା। ଏହି ମାମଲାରେ ସମ୍ପୃକ୍ତ ଝାଡ଼ଖଣ୍ଡ ଓଏସିସ୍ ସ୍କୁଲ୍ର ପ୍ରିନ୍ସିପାଲ ଓ ଭାଇସ୍ ପ୍ରିନ୍ସିପାଲଙ୍କୁ ସିବିଆଇ ପୂର୍ବରୁ ଗିରଫ କରିଥିଲା। ବର୍ତ୍ତମାନ ସୁଦ୍ଧା ତଦନ୍ତକାରୀ ସଂସ୍ଥା ପ୍ରଶ୍ନପତ୍ର ଲିକ୍ ମାମଲାରେ ୬ଟି ଏତଲା ଦାଏର କରିଛି।
ପ୍ରମୁଖ ଖବର
ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ