ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ରାଜଭବନ କର୍ମଚାରୀଙ୍କୁ ମାଡମାରିଲେ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ

0

ପୁରୀ: ଏଏସଓଙ୍କୁ ମାଡମାରି ଅଡୁଆରେ ରାଜ୍ୟପାଳଙ୍କ ପୁଅ ! ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ନାଁରେ ସାଂଘାତିକ ଅଭିଯୋଗ । ରାଜଭବନ କର୍ମଚାରୀ ଡ୍ୟୁଟିରେ ଥିବା ସମୟରେ ତାଙ୍କୁ ମାଡ଼ ମାରିବା ସହ ଗାଳି ଗୁଳଜ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏନେଇ ରାଜ୍ୟପାଳ ଓ ରାଜ୍ୟପାଳଙ୍କ ସଚିବଙ୍କ ପାଖରେ ଅଭିଯୋଗ ଆଣିଛନ୍ତି ପୀଡିତ ଏଏସଓ ବୈକୁଣ୍ଠନାଥ ପ୍ରଧାନ ।

ଆସିଷ୍ଟାଣ୍ଟ ସେକ୍ସନ ଅଫିସର ବୈକୁଣ୍ଠ ପ୍ରଧାନଙ୍କ ଅଭିଯୋଗ ମୁତାବକ, ଗତ ୭ତାରିଖରେ ରାଷ୍ଟ୍ରପତି ପୁରୀ ଗସ୍ତ କରିଥିବା ବେଳେ ଡ୍ୟୁଟି ପାଇଁ ସେ ପୁରୀ ରାଜଭବନ ଯାଇଥିଲେ । ସେଠାରେ ସେ ଡ୍ୟୁଟି କରୁଥିବା ସମୟରେ ତାଙ୍କୁ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର, ତାଙ୍କର ଦୁଇ ଜଣ ବନ୍ଧୁଙ୍କ ସହ ୨ଜଣ ପିଏସଓ ରୋଷେୟା ମିଳିମିଶି ତାଙ୍କୁ ରାଜଭବନ ଭିତରେ ମାଡ଼ ମାରିବା ସହ ଲହୁ ଲୁହାଣ କରିଥିଲେ । ସେମାନଙ୍କୁ ଆଣିବା ପାଇଁ କାହିଁକି ଷ୍ଟେସନକୁ ଦୁଇଟି ଦାମୀ ଗାଡି ପଠାଇ ନଥିଲୁ କହି ସେମାନେ ଏଭଳି ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି । ତେବେ ଅତ୍ୟାଚାର ସୀମା ଟପିଥିଲା ଯେତେବେଳେ ଜବରଦସ୍ତ କରି ତାଙ୍କ ଜୋତାରେ ଛେପ ପକାଇ ଛେପକୁ ଚାଟିବାକୁ କହିଥିଲେ । ସେମାନଙ୍କ ଭୟରେ ତାହା ମଧ୍ୟ କରିଥିବା କହିଛନ୍ତି ଏଏସଓ।
ଏହି ଆକ୍ରମଣରେ ତାଙ୍କର ପାଟି, ନାକ, ଗୋଡ଼ ଏବଂ ହାତରେ ଆଘାତ ଲାଗିଥିଲା । ଏଭଳି ଅଭିଯୋଗ କରିବା ପରେ ସେ ଏବେ ଛୁଟି ନେଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଏନେଇ ରାଜ୍ୟପାଳ ଓ ରାଜ୍ୟପାଳଙ୍କ ସଚିବଙ୍କୁ ଜଣାଇଥିଲେ ମଧ୍ୟ ୧୧ ତାରିଖ ସୁଦ୍ଧା ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବାରୁ ସେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ।

Leave A Reply

Your email address will not be published.