ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ରଥରେ ଥିବା ଅଣସେବାୟତଙ୍କ ହାତ ଧରି ବାହାରେ ଛାଡିଲେ ମୁଖ୍ୟ ପ୍ରଶାସକ

0

ପୁରୀ: ଆଡପ ପହଣ୍ଡି ଅଘଟଣ ପରେ ଆକ୍ସନମୋଡରେ ଶ୍ରୀମନ୍ଦିର ପ୍ରଶାସନ। ନୀତିକାନ୍ତି ଓ ସେବା ପୂଜା ଆଳରେ ରଥ ଉପରେ ଚଢୁଥିବା ଅଣସେବାୟତଙ୍କ ଉପରେ କଡା ନଜର ରଖାଯାଇଛି। ଆଜି ପହଣ୍ଡି ବେଳେ ତିନିରଥରେ ଚଢିଥିବା ଅଣସେବାୟତଙ୍କୁ ଚିହ୍ନଟ କରି ବାହାରକୁ କାଢ଼ିଛନ୍ତି ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ l ମୁଖ୍ୟ ପ୍ରଶାସକ ପାଢୀ ନିଜେ ତିନିରଥ ପରିଦର୍ଶନ କରିବା ସହ କିଛି ଅଣସେବାୟତଙ୍କୁ ଚିହ୍ନଟ କରିଥିଲେ। ସେମାନଙ୍କୁ ତୁରନ୍ତ ପୋଲିସ କର୍ଡନ ବାହାରକୁ ପଠାଯାଇଥିଲା। ନିଜେ ମୁଖ୍ୟ ପ୍ରଶାସକ ଅଣସେବାୟତଙ୍କ ହାତ ଭିଡିନେଇ ବାହାରେ ଛାଡିଥିଲେ।

କିଛି ସମୟ ପୂର୍ବରୁ ୨ଜଣ ଅଧିକାରୀ ସେବାୟତ ବେଶରେ ଉଭୟ ତାଳଧ୍ୱଜ ଓ ନନ୍ଦିଘୋଷ ରଥରେ ଚଢ଼ିଥିବା ଅଭିଯୋଗ ହୋଇଥିଲା। ସେମାନଙ୍କ ନାଁରେ ସିଂହଦ୍ବାର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯାଇଛି। ତାଳଧ୍ୱଜ ରଥରେ ଇଫକୋ ଅଧିକାରୀ ପ୍ରସନ୍ନ ବେଉରା ଚଢ଼ିଥିବା ବେଳେ ନନ୍ଦିଘୋଷ ରଥରେ ଦିଲ୍ଲୀ ସଂସ୍କୃତ ବିଶ୍ୱବିଦ୍ୟାଳୟ କୁଳପତି ଅନିଲ ବରଖେଡି ଚଢିଥିବା ଜଣାପଡ଼ିଛି। ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ଆଜି ବାହୁଡା ପହଣ୍ଡି ଆରମ୍ଭରୁ ମଧ୍ୟ ଏହି କଟକଣା ପ୍ରାୟତଃ ଦୃଶ୍ୟମାନ ହୋଇଥିଲା। ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ସମୟରେ ସୀମିତ ସଂଖ୍ୟକ ସେବାୟତ ନଜର ଆସିଥିଲେ। ନିଜେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଓ ଜିଲ୍ଲାପାଳ ସିଦ୍ଧାର୍ଥ ସ୍ବାଇଁ ପ୍ରମୁଖ ମଧ୍ୟ ପହଣ୍ଡି ବେଳେ ଶରଧାବାଲିରେ ଉପସ୍ଥିତ ଥିଲେ । ଏହି ସମୟରେ ତିନିରଥରେ କିଛି ଅଣସେବାୟତ ଚଢିଥିବା ନଜର ଆସିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ସିଧା ପୋଲିସ ସହୟତାରେ ଅଣସେବାୟତଙ୍କ ହାତଧରି ଭିଡି ନେଇ ପୋଲିସ କର୍ଡନ ବାହାରେ ଛାଡିଥିଲେ।

Leave A Reply

Your email address will not be published.