ପ୍ରମୁଖ ଖବର

ମିଳିବ ସୁଭଦ୍ରା ଟଙ୍କା,ମାତିଲେଣି ସାଇବର ଠକ, ସତର୍କ କଲେ ଉପମୁଖ୍ୟମନ୍ତ୍ରୀ
ଏବେ ମହଙ୍ଗା ହୋଇଛି ଖାଇବା ତେଲ, ଲିଟର ପିଛା ୨୦ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର
କାକଟପୁରରେ କୁଣ୍ଢେଇ ବଜାର ସାହୁ ଜୁଏଲାରୀ ମାଲିକ ନିରଞ୍ଜନ ସାହୁଙ୍କୁ ଦୁଇ ରାଉଣ୍ଡ ଗୁଳିମାଡ଼
ମଙ୍ଗଳବାର ଓଡ଼ିଶା ଆସୁଛନ୍ତି ମୋଦି, ଜନ୍ମଦିନରେ ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ
ରାଜଧାନୀ ଭୁବନେଶ୍ୱରରେ ବେପରୁଆ ଡ୍ରାଇଭିଂ କରିବାରୁ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ
ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଦ୍ଵିତୀୟ ଥରେ ପାଇଁ ଗୁଳିମାଡ଼
ରାୟଗଡ଼ା ଜିଲ୍ଲା କେଉଟଗୁଡା ରେଳଷ୍ଟେସନ ନିକଟରେ ଭୁସ୍ଖଳନ, ଲଗାଣ ବର୍ଷାରୁ ଭୁସ୍ଖଳନ ଘଟି ରେଳ ଚଳାଚଳ ବାଧାପ୍ରାପ୍ତ

ସର୍ବଦଳୀୟ ବୈଠକ ପାଇଁ ନବୀନଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର: ସର୍ବଦଳୀୟ ବୈଠକ ପାଇଁ ନବୀନ ନିବାସରେ ନବୀନଙ୍କୁ ନିମନ୍ତ୍ରଣ। ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ବଜେଟ ଅଧିବେଶନ। ଏହା ପୂର୍ବରୁ ସଂସଦୀୟ ପରମ୍ପରା ଅନୁସାରେ ଆସନ୍ତାକାଲି ପୂର୍ବାହ୍ନରେ ସର୍ବଦଳୀୟ ବୈଠକ ବସିବ। ଏଥିରେ ସାମିଲ ହେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିବାକୁ ନବୀନ ନିବାସରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ଉଭୟ ଆଜି ପୂର୍ବାହ୍ନରେ ନବୀନ ନିବାସରେ ବିରୋଧୀ ଦଳ ନେତା ନବୀନଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି ଓ ସର୍ବଦଳୀୟ ବୈଠକରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରି ଫେରିଛନ୍ତି।

ସୂଚନା ଅନୁସାରେ, ଆସନ୍ତାକାଲି ମୋହନ ସରକାରର ଏହା ପ୍ରଥମ ବଜେଟ ଥିବାରୁ ବ୍ୟବବରାଦ ଉପରେ ମସସ୍ତଙ୍କ ନଜର ରହିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ଅର୍ଥ ବିଭାଗ ନିଜ ଅଧୀନରେ ରଖିଛନ୍ତି। ସେ ହିଁ ଆସନ୍ତାକାଲି ଗୃହରେ ବଜେଟ ଉପସ୍ଥାପନ କରିବେ। ନବୀନ ଓ ତାଙ୍କ ଟିମକୁ ବିରୋଧୀ ପାର୍ଶ୍ବରେ ଦେଖିବାକୁ ମିଳିବ। ୧୯୯୭ ମସିହାରେ ପ୍ରତିଷ୍ଠା ହେବା ପରଠାରୁ ବିଜେଡି ସର୍ବଦା କ୍ଷମତାରେ ରହିଆସିଥିଲା। ମାତ୍ର ଚଳିତ ବିଧାନସଭା ନିର୍ବାଚନରେ ଦଳକୁ ପରାଜୟର ସ୍ୱାଦ ଚାଖିବାକୁ ପଡିଛି। ପ୍ରଥମଥର ଦଳ ଲୋକସଭାରେ ପ୍ରତିନିଧିତ୍ଵ ହରାଇଛି। ଏହା ସହ ରାଜ୍ୟରେ ମଧ୍ୟ ବିରୋଧୀ ଆସନକୁ ଆସିଛି। ଦୀର୍ଘକାଳ ମୁଖ୍ୟମନ୍ତ୍ରୀ ଭାବେ କ୍ଷମତା ଉପଭୋଗ କରିଥିବା ନବୀନ ପଟ୍ଟନାୟକ ଏଥର ବିରୋଧୀ ଦଳ ନେତା ଭାବେ ନୂଆ ଭୂମିକାକୁ ଆସିଛନ୍ତି।

Leave A Reply

Your email address will not be published.