ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ମାଲକାନଗିରିରେ କାୟା ବିସ୍ତାର କରୁଛି ଡାଇରିଆ

0

ମାଲକାନଗିରି: ମାଲକାନଗିରିରେ ଡାଇରିଆ ଆତଙ୍କ ଦିନକୁ ଦିନ ବଢିବାରେ ଲାଗିଛି। ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇ ଦେଇଛି। ଗତ ସପ୍ତାହରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫୦ରୁ ଅଧିକ ଡାଇରିଆ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ନିକଟରେ ମାଥିଲି କୋପ୍ରା ଅଞ୍ଚଳରେ ଝାଡାବାନ୍ତି ବ୍ୟାପି ଥିବାରୁ ଲୋକଙ୍କ ଚିନ୍ତା ବଢିଯାଇଛି। କେବଳ ମାଥିଲି କୋପ୍ରା ନୁହେଁ , ଜିଲ୍ଲାର ବିଭିନ୍ନ ସ୍ଥାନରୁ ରୋଗୀ ମେଡିକାଲରେ ଭର୍ତ୍ତି ହେଉଛନ୍ତି।

ତେବେ ରୋଗୀଙ୍କ ସଂଖ୍ୟା ବଢୁଥିବା ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାଇରିଆ ୱାର୍ଡରେ ବେଡ ସଂଖ୍ୟା ମଧ୍ୟ ବଢ଼ାଇ ଦିଆଯାଇଛି। ଏବେ ବି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୦ରୁ ୨୫ ଜଣ ଡାଇରିଆ ରୋଗୀ ଚିକିତ୍ସିତ ହେଉଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଇରିଆ ରୋଗୀଙ୍କ ସଂଖ୍ୟା ବଢିବା ଘଟଣାକୁ ଅତି ଗୁରୁତର ସହ ନେଇଛି ସ୍ୱାସ୍ଥ୍ୟ ବିଭାଗ। ଗତ କିଛିଦିନ ତଳେ ମାଥିଲି ବ୍ଲକରେ ଝାଡ଼ାବାନ୍ତିରେ ଜଣେ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଥିବାବେଳେ ବହୁ ଆକ୍ରାନ୍ତ ହୋଇଥିଲେ।ତେବେ ଜିଲ୍ଲାରେ ବର୍ଷା ଲାଗି ରହିଥିବାବେଳେ ଏବଂ ଦୂଷିତ ଜଳ ଏହାର କାରଣ କହିଛନ୍ତି ଡାକ୍ତର।

Leave A Reply

Your email address will not be published.