ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଅତ୍ୟାଧୁନିକ କୌଶଳ ଉପଯୋଗରେ ହେବ ରତ୍ନଭଣ୍ଡାର ଯାଞ୍ଚ

0

ପୁରୀ: ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ବସିଥିବା ପରିଚାଳନା କମିଟି ବୈଠକ ଶେଷ ହୋଇଛି। ରତ୍ନଭଣ୍ଡାରର ସମ୍ପୂର୍ଣ୍ଣ ଯାଞ୍ଚ ପାଇଁ ନୂଆ ଏସଓପିକୁ ଅନୁମୋଦନ କଲା ଶ୍ରୀମନ୍ଦିର ପରିଚାଳ କମିଟି। ରାଜ୍ୟ ସରକାରଙ୍କ ଅନୁମତି ପରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ଉପଯୋଗ କରାଯାଇ ରତ୍ନଭଣ୍ଡାର ଯାଞ୍ଚ କରାଯିବ। ବୈଠକରେ ସମୁଦାୟ ୬ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ଭିତର ଓ ବାହାର ରତ୍ନଭଣ୍ଡାର ସ୍ଥାନାନ୍ତରଣ ପକ୍ରିୟାକୁ ଅନୁମୋଦନ କରାଯାଇଛି ଏନେଇ ରାଜ୍ୟସରକାରଙ୍କୁ ଅବଗତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।
ସେହିପରି ଟେକ୍ନିକାଲ ସ୍କାନିଙ୍ଗ ଉପରେ ରାଜ୍ୟସରକାଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଶ୍ରୀ ମନ୍ଦିର ଜମିକୁ ଦଲାଲ ମୁକ୍ତ କରାଯିବ। ଯେକୌଣସି ବ୍ୟକ୍ତି ଶ୍ରୀମନ୍ଦିର ଜମି ଉପରେ ଯଦି ଲୋଲୁପ ଦୃଷ୍ଟି ପଡେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭୂ-ସମ୍ପତି ପରିଚାଳନା ଅଧିନିୟମ ପାଇଁ ଆଲୋଚନା ସରକାରଙ୍କ ଅନୁମୋଦନ ପରେ କାର୍ଯ୍ୟକାରି କରାଯିବ। ଶ୍ରୀମନ୍ଦିର ଅଧୀନରେ ଥିବା ଜମିର କିଣାବିକା ନେଇ ଶ୍ରୀମନ୍ଦିର ଜମି ପରିଚାଳନା ନିୟମ ୨୦୨୪ର ସ୍ୱତନ୍ତ୍ର ଡ୍ରାଫ୍ଟ ପ୍ରସ୍ତୁତ ହୋଇଥିବା ବେଳେ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ।

ସେହିପରି ଗଛିତ ଥିବା ଅର୍ପଣ ଚାଉଳ ବିନିଯୋଗ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ ସମ୍ପୃକ୍ତ ନିଯୋଗ ସହ ଆଲୋଚନା କରି ବିହିତ ପଦକ୍ଷେପ ଗ୍ରହଣ କରିବେ। ଖଣି ଖାଦାନ ର ନିୟମ ପରିବର୍ତ୍ତନ ହୋଇଥିବାରୁ ଏହାର ନିଲାମ ପାଇଁ ସ୍ୱତନ୍ତ୍ର ଅଧିକାରୀ ନିୟୋଜିତ ହେବେ। ଅନ୍ୟପକ୍ଷରେ ସିଂହଦ୍ୱାର ଥାନାକୁ ମଡେଲ ଥାନା କରିବା ପାଇଁ ସ୍ୱତନ୍ତ୍ର ଜାଗା ଓ ଭିତ୍ତିଭୂମି ଯୋଗାଇବା ପାଇଁ ଏସ୍ପିଙ୍କ ପ୍ରସ୍ତାବ ନେଇ ହୋଇଛି ଆଲୋଚନା।

ରାଜ୍ୟ ସରକାରଙ୍କ ଆଲୋଚନା କରାଯାଇ ଏ ସମ୍ପର୍କରେ ନିଷ୍ପତି ନିଆଯିବ। ଅର୍ପଣ ଚାଉଳ ନେଇ ସେବା ସମ୍ପୃକ୍ତ ନିଯୋଗ ଙ୍କ ସହ ଆଲୋଚନା କରାଯାଇ ଏ ସମ୍ପର୍କରେ ସରକାରଙ୍କୁ ଉପଯୁକ୍ତ ପ୍ରସ୍ତାବ ଦିଆଯିବା ପାଇଁ ଚୂଡାନ୍ତ ନିଷ୍ପତି ନିଆଯିବ ବୋଲି ନିଷ୍ପତ୍ତି ହୋଇଥିବା ସୂଚନା ରହିଛି।

ରାଜ୍ୟ ସରକାରଙ୍କ ଅନୁମତି ପରେ ଏଏସଆଇ ଭଣ୍ଡାର ଗୃହର ଯାଞ୍ଚ କରିବ। ଭିତର ଭଣ୍ଡାର ଘରେ ଥିବା ସିନ୍ଦୁକ ଓ ଆଲମୀରା ଗୁଡିକୁ ନୀଳାଦ୍ରି ମ୍ୟୁଜିଅମକୁ ସ୍ଥାନାନ୍ତର ନେଇ ସ୍ୱତନ୍ତ୍ର ଏସଓପି ପ୍ରସ୍ତୁତ କରାଯାଇଛି। ଏଣିକି ଶ୍ରୀମନ୍ଦିର କର୍ମଚାରୀ ନିୟୋଜନ ରାଜ୍ୟ ସରକାରଙ୍କ ଅଧିକୃତ ସଂସ୍ଥା ଦ୍ୱାରା କରାଯିବ। ପୂର୍ବରୁ କର୍ମଚାରୀ ନିୟୋଜନ କାର୍ଯ୍ୟ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ହୋଇ ଆସୁଥିବା ବେଳେ ସ୍ୱଚ୍ଛତା ଆଣିବା ପାଇଁ ଏପରି ନିଷ୍ପତି ନିଆଯାଇଛି। ଭକ୍ତଙ୍କ ବ୍ୟବହାର ପାଇଁ ଉଦ୍ଧିଷ୍ଟ ୩୫ଟି ଏଲେକ୍ଟ୍ରିକ ବସର ପରିଚାଳନା ସରକାରଙ୍କ ଅଧିକୃତ ସଂସ୍ଥାକୁ ଦାୟିତ୍ୱ ଦିଆଯିବ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ନିଆଯାଇଛି ନିଷ୍ପତ୍ତି।

Leave A Reply

Your email address will not be published.