ପ୍ରମୁଖ ଖବର

କେରଳରେ ପରିବର୍ତ୍ତନର ଲହରୀ, ୟୁଡିଏଫ ଫେରିଲା କ୍ଷମତାକୁ
ଆସାମରେ ହିମନ୍ତଙ୍କ ଐତିହାସିକ ବିଜୟ
କଲକାତାରେ ଭୋଟ ଗଣନା ମଧ୍ୟରେ ସେଲିବ୍ରେସନ ନିଷେଧ
ହାରିଲେ କଂଗ୍ରେସ ମୁଖିଆ ଗୌରବ ଗୋଗୋଇ
ଯାଜପୁରରେ ଭୟାବହ ସଡ଼କ ଦୁର୍ଘଟଣା, ୫ ମୃତ
ଓଡ଼ିଶାରେ ନୌକା ସୁରକ୍ଷା କଠୋର, ଲାଇଫ୍ ଜାକେଟ୍ ବାଧ୍ୟତାମୂଳକ

୩୭୦ ଧାରା ଉଚ୍ଛେଦ ପରେ ପ୍ରଥମ ଥର ଜମ୍ମୁରେ ହେବ ନିର୍ବାଚନ

0

ନୂଆଦିଲ୍ଲୀ: ୨୦୧୪ ପରଠାରୁ ଜମ୍ମୁରେ ବନ୍ଦ ଥିଲା ନିର୍ବାଚନ। ୩୭୦ ଧାରା ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁରେ ନିର୍ବାଚନ ହେବାକୁ ଯାଉଛି। ଜମ୍ମୁ କଶ୍ମୀର ଏବଂ ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ ମୁଖ୍ୟ ରାଜୀବ କୁମାର। ୩୭୦ ଧାରା ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁରେ ନିର୍ବାଚନ ହେବାକୁ ଥିବା ବେଳେ ଏହା ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୧ ତାରିଖରେ ମୋଟ ୩ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ସେହିପରି ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଅର୍ଥାତ୍ ଅକ୍ଟୋବର ୧ରେ ଭୋଟ୍‌ ଗ୍ରହଣ କରାଯିବ। ଏହାପରେ ଉଭୟ ରାଜ୍ୟରେ ଅକ୍ଟୋବର ୪ରେ ଭୋଟ ଗଣତି ପ୍ରକ୍ରିୟା ହେବ।
ତେବେ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେବା ପରେ ସୁପ୍ରିମକୋର୍ଟ ଏହାରେ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏନେଇ କୋର୍ଟ କହିଥିଲେ, ଜମ୍ମୁ-କଶ୍ମୀରକୁ ସେପ୍ଟେମ୍ବର ୩୦ ସୁଦ୍ଧା ଗଣତନ୍ତ୍ର ଫେରିବା ଦରକାର। ଗତ ମାସରେ ପ୍ରଧାନମନ୍ତ୍ରୀ ମୋଦି ଶ୍ରୀନଗର ଗସ୍ତରେ ଯାଇଥିବା ବେଳେ ମଧ୍ୟ ସେହି ସମାନ କଥା କହିଥିଲେ। ଖୁବ୍ ଶୀଘ୍ର ଏଠି ନିର୍ବାଚନ ହେବ ଏବଂ ରାଜ୍ୟବାସୀଙ୍କୁ ତାଙ୍କ ଅଧିକାର ପୁଣି ଥରେ ମିଳିବ।

ଯାହାକୁ ନେଇ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ନିର୍ବାଚନ କମିଶନ। ଆଜି ଏନେଇ ବିଧିବଧ୍ଧ ଭାବେରେ ତାରିଖ ଘୋଷଣା କରାଯାଇଛି। ଏନେଇ ଇସି କହିଛନ୍ତି, ଅଗଷ୍ଟ ୨୦ ସୁଦ୍ଧା ସଂପୂର୍ଣ୍ଣ ଭୋଟର ତାଲିକା ବାହାରିଯିବ। ଏଥର ପାଖାପାଖି ୮୭ ଲକ୍ଷ ଭୋଟର ଭୋଟ ଦାନ କରିପାରନ୍ତି ବୋଲି ଆକଳନ କରିଛନ୍ତି ଇସିଆଇ।

Leave A Reply

Your email address will not be published.