ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ପାଇଖାନା ଟାଙ୍କିରେ ଶ୍ଵାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

0

କଟକ: ପାଇଖାନା ଟାଙ୍କିରେ ଶ୍ଵାସରୁଦ୍ଧ ହୋଇ ଶ୍ରମିକ ମୃତ। ଏହିଭଳି ଘଟଣା ବାରଙ୍ଗ ଥାନା ଅଧିନସ୍ଥ ନରଣପୁରଠାରେ ଦେଖିବାକୁ ମିଳିଛି। ସେଣ୍ଟ୍ରିଂ ଖୋଲିବାକୁ ଯାଇ ପାଇଖାନା ଟାଙ୍କି ଭିତରେ ଅଣନିଃଶ୍ୱାସୀ ହୋଇ ୩ ଜଣଙ୍କର ଜୀବନ ଚାଲିଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, କଟକର ନରଣପୁର ଗ୍ରାମରେ ଏକ ନିର୍ମାଣାଧିନ ବିଲ୍ଡିଂର ପାଇଖାନା ଟାଙ୍କିର ସେଣ୍ଟ୍ରିଙ୍ଗ କାମ ଚାଲିଥିଲା। ଶୁକ୍ରବାର ତିନି ଜଣ ଶ୍ରମିକ ସେହି ଛାତର ସେଣ୍ଟ୍ରିଂ ଖୋଲିବାକୁ ଯାଇଥିବା ବେଳେ ଟାଙ୍କି ଭିତରେ ଅଣନିଃଶ୍ୱାସୀ ହୋଇ ପଡ଼ିଯାଇଥିଲେ। ତେବେ ସେହି ସମୟରେ ବାହାରେ ଥିବା ଅନ୍ୟ ଶ୍ରମିକମାନେ ଡାକିବାରୁ ଭିତରୁ କୌଣସି ଶବ୍ଦ ଆସି ନ ଥିଲା।

ଶ୍ରମିକମାନେ ପାଇଖାନା ଟାଙ୍କି ଭିତରେ ଶ୍ଵାସରୁଦ୍ଧ ହୋଇଯାଇଥିଲେ। ପରେ ବାରଙ୍ଗ ଅଗ୍ନିଶମ ଓ ପୋଲିସର ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ମୃତ ୨ ଶ୍ରମିକଙ୍କ ପରିଚୟ ଏ ଏପର୍ଯ୍ୟନ୍ତ ମିଳିପାରି ନାହିଁ।

Leave A Reply

Your email address will not be published.