ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଗଣେଶ ପୂଜା ବିସର୍ଜନ ପାଇଁ ଗାଇଡଲାଇନ୍‌ ଜାରି କଲା ବିଏମସି

0

ଭୁବନେଶ୍ୱର: ଭୁବନେଶ୍ୱରରେ ଶାନ୍ତି ଶୃଙ୍ଖଳା ଓ ନିରାପଦରେ ଗଣେଶ ପୂଜା ବିସର୍ଜନ ପାଇଁ ବିଏମସି ଗାଇଡଲାଇନ୍‌ ଜାରି କରିଛି। ଇକୋ ଫ୍ରେଣ୍ଡଲି ଭାବେ ବିସର୍ଜନ ପାଇଁ ନିୟମାବଳୀ ଜାରି ହୋଇଛି । ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀରେ ଦୁଇଟି ଜାଗା ଚି଼ହ୍ନଟ କରାଯାଇଛି। ତାହା ହେଲା ଟଙ୍କପାଣି ବ୍ରିଜ ଏବଂ ଦୟାନଦୀ କୂଳ। ବିସର୍ଜନ ପାଇଁ ବିଏମସି ତରଫରୁ ଆୟୋଜନ ହୋଇଛି ।

ଅନ୍ୟପକ୍ଷେ, ଯେଉଁମାନେ ଚାହିଁବେ ବିସର୍ଜନ ପାଇଁ ନିକଟସ୍ଥ ବିଏମ୍‌ସି କଲ୍ୟାଣ ମଣ୍ଡପରେ ମୂର୍ତ୍ତି ଦେଇପାରିବେ। ସେହି ମୂର୍ତ୍ତିକୁ ବିଏମ୍‌ସି ବିସର୍ଜନ କରିବ। ଏ ନେଇ ମଧ୍ୟ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ମୂର୍ତ୍ତିକୁ ସମ୍ମାନର ସହ ଧାର୍ମିକ ଭାବନାକୁ ସମ୍ମାନ ଦେଇ ସଠିକ ଭାବେ ଯଥା ସ୍ଥାନରେ ରଖିବେ। ଡେପୁଟି କମିଶନର ଏହାର ତଦାରଖ କରିବେ। ଗାଡ଼ି ମାଧ୍ୟମରେ ବିସର୍ଜନ ସ୍ଥଳରେ ମୂତ୍ତି ପହଞ୍ଚାଯିବ। ଏନେଇ ଶ୍ରମିକ ଆବଶ୍ୟକ ହେଲେ ଏନ୍‌ଜିଓ ମାଧ୍ୟମରେ ବ୍ୟବସ୍ଥା କରାଯିବାର କାର୍ଯ୍ୟକ୍ରମ ରହିଛି। ଏନେଇ ରାଜଧାନୀର ୮ କଲ୍ୟାଣ ମଣ୍ଡପରେ ମୂର୍ତ୍ତି ହସ୍ଥାନ୍ତର ଲାଗି ଲିଷ୍ଟ ଜାରି ହୋଇଛି।
କିଛି ଦିନ ତଳେ ଦୁର୍ଗା ପୂଜା ଭସାଣିର ଗାଇଡଲାଇନ୍‌ ଜାରି କରାଯାଇଥିବା ବେଳେ ଏବେ ଗଣେଶ ପୂଜା ବିସର୍ଜନ ପାଇଁ ଗାଇଡଲାଇନ୍‌ ଜାରି ହୋଇଛି । ଶାନ୍ତି ଶୃଙ୍ଖଳା ଓ ନିରାପଦରେ ବିସର୍ଜନ ପାଇଁ ବିଏମସି ଏପରି ପଦକ୍ଷପ ନେଇଛି ।

Leave A Reply

Your email address will not be published.