ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ବଙ୍ଗୋପସାଗର ରେ ସୃଷ୍ଟି ହେଲା ଅବପାତ, ପ୍ରବଳ ବର୍ଷିବ

0

ଭୁବନେଶ୍ବର: ଆଜି ସକାଳେ ପଶ୍ଚିମ କେନ୍ଦ୍ରୀୟ ତତ୍ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଅବପାତ ରେ ପରିଣତ ହୋଇଛି ସଦୃଶ ଲଘୁଚାପ କ୍ଷେତ୍ର। ଏହି ଅବପାତ ଏବେ ଉତ୍ତର – ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହେଉଛି। ବର୍ତମାନ ସିଷ୍ଟମ୍ ଟି ଗୋପାଳପୁର ଠାରୁ ପୂର୍ବ- ଦକ୍ଷିଣ ପୂର୍ବ ଦିଗରେ ୨୩୦କିମି ଓ ପରାଦୀପ ଠାରୁ ଦକ୍ଷିଣ ପୂର୍ବ ଦିଗରେ ୨୬୦କିମି ଦୂରତା ରେ କେନ୍ଦ୍ରୀଭୂତ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଗଭୀର ଅବପାତ ର ରୂପ ନେବାର ସମ୍ଭାବନା ରହିଛି। ଏହାପରେ ଏହି ସିଷ୍ଟମ୍ ଟି ପଶ୍ଚିମ – ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ୦୯ ତାରିଖ ସନ୍ଧ୍ୟା ପରେ ଓ ପୁରୀ ଠାରୁ ଦୀଘା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ଓ ଉତ୍ତର ଆଭ୍ୟନ୍ତର ଓଡ଼ିଶା ଦେଇ ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ଉତ୍ତର ଛତିଶଗଡ଼ ଦେଇ ଗତି କରିବାର ସମ୍ଭାବନା ରହିଛି।

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟ ର ଅଧିକାଂଶ ଅଞ୍ଚଳ ରେ ବର୍ଷା ସମ୍ଭାବନା ରହିଛି। ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଉପକୂଳ ଓଡ଼ିଶା ଓ ପାର୍ଶ୍ଵବର୍ତ୍ତୀ ଜିଲ୍ଲା ର କିଛି ଅଞ୍ଚଳ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା କାଲି ଅର୍ଥାତ୍ ୯ ତାରିଖ ରେ ରାଜ୍ୟ ର ଅନେକ ଅଞ୍ଚଳ ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଢ଼େଙ୍କାନାଳ ଜିଲ୍ଲା ର ଅନେକ ଅଞ୍ଚଳ ରେ ପ୍ରବଳ ବର୍ଷା ସହ କିଛି ଅଞ୍ଚଳ ରେ ଅତି ପ୍ରବଳ ବର୍ଷା (୨୦ ସେମି ରୁ ଅଧିକ ) ବର୍ଷା ସମ୍ଭାବନା ରହିଛି।

ସେହିପରି କେନ୍ଦ୍ରାପଡା, ଯାଜପୁର, ଗଞ୍ଜାମ, ଅନୁଗୋଳ, ନୟାଗଡ଼, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ବୌଦ୍ଧ, ସମ୍ବଲପୁର ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ୧୦ ତାରିଖ ରେ ଉତ୍ତର ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶା ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ସିଷ୍ଟମ୍ ପ୍ରଭାବ ରେ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ ଓ ପବନ ର ବେଗ ଘଣ୍ଟା ପ୍ରତି ପ୍ରାୟ ୪୫-୫୫କିମି ଓ ସର୍ବାଧିକ ୬୫କିମି ରହିପାରେ। ସାର୍ଥକ ମିଶ୍ର

Leave A Reply

Your email address will not be published.