ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

ସାଂସଦ ପଦରୁ ଇସ୍ତଫା ଦେଲେ ଜବାହାର ସରକାର

0

କୋଲକାତା: ମମତାଙ୍କୁ ଶକ୍ତ ଝଟକା। କୋଲକାତା ସରକାର ଏବେ ବଡ଼ ଅଡ଼ୁଆରେ ପଡିଛନ୍ତି। ଗୋଟ ପଟେ ଆରଜି କର ଘଟଣା ତାଙ୍କ ଗାଦି ଉପରେ ବଡ଼ ବିପଦ ହୋଇଥିବା ବେଳେ ଏବେ ପୁଣି ତାଙ୍କୁ ମିଳିଛି ଶକ୍ତ ଝଟକା। ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ଜବାହାର ସିରକାର। କୋଲକାତା ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ କରି ନିଜ ପଦରୁ ଇସ୍ତଫା ଦେଇଛନ୍ତି ଟିଏମସି ରାଜ୍ୟସଭା ସାଂସଦ ଜବାହାର ସରକାର।

ଏନେଇ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି । ସେ ତାଙ୍କ ଚିଠିରେ ଲେଖିଛନ୍ତି, ଆରଜି କର ମେଡିକାଲ କଲେଜରେ ଯାହା ଘଟିଲା ସେନେଇ ସରକାର ତୁରନ୍ତ ଆକ୍ସନ ନେବେ ବୋଲି ସେ ଆଶା କରିଥିଲେ। ମୁଁ ଭାବୁଥିଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ପୁରୁଣା ଢଙ୍ଗରେ ଏଭଳି ଘଟଣାରେ ହସ୍ତକ୍ଷେପ କରିବେ। କିନ୍ତୁ ସେ ସେପରି କିଛି କଲେନି। ଯେଉଁଥିରେ ମୁଁ ଅତ୍ୟନ୍ତ ଦୁଃଖିତ। ତେବେ କହିରଖିଛୁ, ୨୦୨୧ରେ ଜବାହାରଙ୍କୁ ରାଜ୍ୟସଭାକୁ ପଠାଇଥିଲା ତୃଣମୂଳ କଂଗ୍ରେସ। ତାଙ୍କର କର୍ଯ୍ୟକାଳ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଅଛି।

Leave A Reply

Your email address will not be published.