ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ସାଂସଦ ପଦରୁ ଇସ୍ତଫା ଦେଲେ ଜବାହାର ସରକାର

0

କୋଲକାତା: ମମତାଙ୍କୁ ଶକ୍ତ ଝଟକା। କୋଲକାତା ସରକାର ଏବେ ବଡ଼ ଅଡ଼ୁଆରେ ପଡିଛନ୍ତି। ଗୋଟ ପଟେ ଆରଜି କର ଘଟଣା ତାଙ୍କ ଗାଦି ଉପରେ ବଡ଼ ବିପଦ ହୋଇଥିବା ବେଳେ ଏବେ ପୁଣି ତାଙ୍କୁ ମିଳିଛି ଶକ୍ତ ଝଟକା। ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ଜବାହାର ସିରକାର। କୋଲକାତା ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ କରି ନିଜ ପଦରୁ ଇସ୍ତଫା ଦେଇଛନ୍ତି ଟିଏମସି ରାଜ୍ୟସଭା ସାଂସଦ ଜବାହାର ସରକାର।

ଏନେଇ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି । ସେ ତାଙ୍କ ଚିଠିରେ ଲେଖିଛନ୍ତି, ଆରଜି କର ମେଡିକାଲ କଲେଜରେ ଯାହା ଘଟିଲା ସେନେଇ ସରକାର ତୁରନ୍ତ ଆକ୍ସନ ନେବେ ବୋଲି ସେ ଆଶା କରିଥିଲେ। ମୁଁ ଭାବୁଥିଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ପୁରୁଣା ଢଙ୍ଗରେ ଏଭଳି ଘଟଣାରେ ହସ୍ତକ୍ଷେପ କରିବେ। କିନ୍ତୁ ସେ ସେପରି କିଛି କଲେନି। ଯେଉଁଥିରେ ମୁଁ ଅତ୍ୟନ୍ତ ଦୁଃଖିତ। ତେବେ କହିରଖିଛୁ, ୨୦୨୧ରେ ଜବାହାରଙ୍କୁ ରାଜ୍ୟସଭାକୁ ପଠାଇଥିଲା ତୃଣମୂଳ କଂଗ୍ରେସ। ତାଙ୍କର କର୍ଯ୍ୟକାଳ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଅଛି।

Leave A Reply

Your email address will not be published.