ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ହରିୟାଣା ରୁ ଏକାକୀ ଲଢିବ ଆମ୍ ଆଦମୀ ପାର୍ଟି

0

ନୂଆଦିଲ୍ଲୀ: ଅଙ୍କ ନ ଛିଡ଼ିବାରୁ କଂଗ୍ରେସ ସହ ହୋଇପାରିଲାନି ମେଣ୍ଟ, ହରିୟାଣା ରୁ ଏକାକୀ ଲଢିବ ଆମ୍ ଆଦମୀ ପାର୍ଟି। ଏନେଇ ସୋମବାର ଆମ ଆଦମୀ ପାର୍ଟି ୨୦ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଆପ୍‌ ଓ କଂଗ୍ରେସ ହରିୟାଣାରେ ଏକାଠି ଲୋକସଭା ନିର୍ବାଚନ ଲଢ଼ିଥିଲେ। ତେଣୁ ବିଧାନସଭା ନିର୍ବାଚନ ମଧ୍ୟ ଏକାଠି ଲଢ଼ିବାକୁ କଥା ଛିଡ଼ିଥିଲା। ହେଲେ ଦଳ ସିଟ୍‌ ଶେୟାରିଂ ଫର୍ମୁଲାକୁ ନେଇ ଏକମତ ହୋଇ ପାରିନାହାନ୍ତି।
ଖବର ମୁତାବକ, ଆପ୍‌ ରାଜ୍ୟର ୯୦ଟି ବିଧାନସଭା ଆସନରୁ ୧୦ଟିରେ ପ୍ରାର୍ଥୀ ଦେବାକୁ ଚାହୁଁଥିବାବେଳେ, କଂଗ୍ରେସ କିନ୍ତୁ କେବଳ ୭ଟି ଆସନ ଆପ୍‌କୁ ଦେବ ବୋଲି ସର୍ତ୍ତ ରଖିଥିଲା। ଏହିପରି ଉଭୟ ଦଳ ନିଜ ନିଜ ଜିଦ୍ ରେ ରହିବାରୁ ସିଟ ଅଙ୍କ ଛିଡି ନଥିଲା। ତେଣୁ ମେଣ୍ଟ ଗଠନ ହୋଇପାରିଲା ନାହିଁ।

ଅନ୍ୟପଟେ ଏହାପୂର୍ବରୁ କଂଗ୍ରେସ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ୪୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ଏନେଇ ଆଜି ଆପ୍ ୨୦ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ଦଳ ପାଣ୍ଡ୍ରି ବିଧାନସଭାରୁ ନରେନ୍ଦ୍ର ଶର୍ମାଙ୍କୁ ଫିଲ୍ଡିଂ କରିଛି। ଦଳ ଅନୁରାଗ ଧଣ୍ଡାଙ୍କୁ କାଲାୟତରୁ ପ୍ରାର୍ଥୀ କରିଛି। ଇନ୍ଦୁ ଶର୍ମା ଭବାନୀରୁ ଟିକେଟ ପାଇଥିବାବେଳେ ବିକାଶ ନେହେରା ମେହମ ବିଧାନସଭା ଠାରୁ ଟିକେଟ ପାଇଛନ୍ତି।

Leave A Reply

Your email address will not be published.