ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭିଡମୁକ୍ତ ପାଇଁ କଟକର ନବକଳେବର

0

ଭୁବନେଶ୍ବର: କଟକ ସହରକୁ ଭିଡମୁ୍କ୍ତ କରିବା ଲାଗି ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିର କାର୍ଯ୍ୟାନ୍ବୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ହୋଲି ପାଇଁ ସମଗ୍ର ରାଜ୍ୟ ଆନନ୍ଦମୁଖର ଥିବା ବେଳେ ୫ଟି ସଚିବ ଭି କାର୍ତିକେୟନ୍ ପାଣ୍ଡିଆନ୍ କଟକ ଯାଇ ସହରର ନବକଳେବରର ପ୍ରଥମ ଦଫା ନକ୍ସାରେ ଚୂଡାନ୍ତ ମୋହର ଲଗାଇଛନ୍ତି। ବହୁ ପ୍ରତୀକ୍ଷିତ ବାଦାମବାଡି ବସଷ୍ଟାଣ୍ଡ ସେଠାରୁ ଉଠିଯିବ। ଏହା ଖାନନଗରକୁ ଯିବ। ସେଠାରେ ଥିବା ବିଶ୍ବନାଥ ପାଠାଗାର ସ୍ଥାନାନ୍ତର କରାଯାଇ ତାହାକୁ ଅତ୍ୟାଧୁନିକ ରୂପ ଦିଆଯିବ। ପୂର୍ବରୁ ଗୋପାଳପୁରରେ ବସଷ୍ଟାଣ୍ଡ ଲାଗି ଯେଉଁ ସ୍ଥାନ ଚିହ୍ନଟ ହୋଇ ନକ୍ସା ପ୍ରସ୍ତୁତ ହୋଇଥିଲା, ତାହା ଆଜି ପୁଣି ଖୋଲିଛି। ହେଲେ ତାହାକୁ ବସ ପାର୍କିଂ ସ୍ଥଳ ଭାବେ ବ୍ୟବହାର କରାଯିବ। ଉଭୟ ଲିଙ୍କରୋଡ ଓ ବାଦାମବାଡିର ଉନ୍ନତୀକରଣ ପାଇଁ ସରକାରୀ ପ୍ରସ୍ତୁତି ଆରମ୍ଭ ହୋଇଛି।

ରାଜ୍ୟ ସରକାରଙ୍କ ଯୋଜନା ଅନୁସାରେ, କଟକ ଲିଙ୍କରୋଡର ବିକାଶ କରାଯିବା ସମୟରେ ଉଭୟ ଅନୁଗୁଳ ଓ ପୁରୀ ବସଷ୍ଟାଣ୍ଡକୁ ବି ନୂଆ ରୂପ ଦିଆଯିବ। ବାଦାମବାଜିରେ ଥିବା ସେସୁ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରଣ ସମ୍ଭାବନା ବଢିଯାଇଛି। ବର୍ଷା ସମୟରେ ସହରରେ ଯେଭଳି ବିନ୍ଦୁଟିଏ ବି ପାଣି ଜମା ନ ରହେ, ସେ ଦିଗରେ ଧ୍ୟାନ ଦେବା ଲାଗି ପାଣ୍ଡିଆନ୍ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପ୍ରସ୍ତାବିତ ଏସସିବି ସଂପ୍ରସାରଣ ସ୍ଥଳ ସହିତ ରାଣିହାଟ, ଯୋବ୍ରା ଆଦି ମଧ୍ୟ ବୁଲି ଦେଖିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ, କଟକ ସହରକୁ ଭିଡ ମୁକ୍ତ କରିବା ଲାଗି ସରକାର ଘୋଷଣା କରିଛନ୍ତି। ଏହା ସହିତ ଏସସିବିକୁ ଏମସ ପ୍ଲସ ଅନୁଷ୍ଠାନରେ ପରିଣତ କରିବା ଲାଗି ସରକାର ୧୦୦୦ କୋଟି ଖର୍ଚ୍ଚ କରିବେ। ଏହା ପୂର୍ବରୁ ଭାରତ ବର୍ଷର ପ୍ରତିଷ୍ଠିତ ୧୦ ଜଣ ଡାକ୍ତରଙ୍କୁ ନେଇ ଏକ ପରାମର୍ଶଦାତାମଣ୍ଡଳୀ ଗଠନ କରାଯାଇଛି। ଯେଉଁଥିରେ ୭ ଜଣ ପଦ୍ମ ପୁରସ୍କାର ବ୍ୟକ୍ତି ଅଛନ୍ତି।

ଏହି ଆଲୋଚନା ସମୟରେ ପୂର୍ତ ସଚିବ ଡ. କ୍ରିଷନ କୁମାର, ପୁଲିସ କମିସନର ସୁଧାଂଶୁ ଶେଖର ଷ଼ଡଙ୍ଗୀ, ଆରଡିସି ଅନୀଲ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.