ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

କଂଗ୍ରେସ ହାଇକମାଣ୍ଡରାଜକୁ ବଡ଼ ଧକ୍କା!

0

ନୂଆଦିଲ୍ଲୀ: ଗୁରୁଗାଁଓ ହୋଟେଲରୁ ୬ ବିଧାୟକ ମୁକୁଳିବାର ୨୪ ଘଣ୍ଟା ବିତିନି, ମଧ୍ୟପ୍ରଦେଶ କଂଗ୍ରେସ ସରକାର ପ୍ରତି ବଡ଼ ବିପଦ ଘୋଟିଆସିଛି। ଦଳର ୧୮ ବର୍ଷର ସହଯୋଗୀ, ଯୁବ ଚେହେରା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡିଛନ୍ତି ଓ କମଳନାଥଙ୍କ ନେତୃତ୍ବରେ ଚାଲିଥିବା ମଧ୍ୟପ୍ରଦେଶ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଛି। ସିନ୍ଧିଆଙ୍କ ସମେତ ୨୧ କଂଗ୍ରେସ ବିଧାୟକଙ୍କ ଇସ୍ତଫା ପରେ ୨୨୮ ସଂଖ୍ୟା ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ବିଜେପି ସଂଖ୍ୟା ୧୦୭ରେ ଛୁଇଁଥିବା ବେଳେ କମଳନାଥଙ୍କ ସହିତ ୧୦୦ ଜଣ ବିଧାୟକଙ୍କ ସମର୍ଥନ ଥିବା ସୂଚନା ମିଳୁଛି।

ଯେ କୌଣସି ମୁହୂର୍ତରେ କଂଗ୍ରେସ ଖାତାରୁ ଗୋଟିଏ ରାଜ୍ୟ ଖସିବ ଓ ଦିଲ୍ଲୀ ପରାଜୟ ପରେ ବିଜେପି ଶିବିର ଯେଭଳି ହତୋତ୍ସାହିତ ହୋଇପଡିଛନ୍ତି, ସେମାନଙ୍କ ମୁହଁରେ ହସ ଫୁଟିପାରେ। ସେହିଭଳି ବିଭ୍ରାଟ ସୃଷ୍ଟି କରି ରାଜ୍ୟ ଦଖଲ କୌଶଳରେ ପୁଣି ମାତିପାରିଛନ୍ତି ମୋଦୀ-ଶାହ ଯୋଡି।

ମଧ୍ୟପ୍ରଦେଶ ରାଜା ଶ୍ରୀ ସିନ୍ଧିଆଙ୍କର କଂଗ୍ରେସ ଛାଡିବା ଓ ବିଜେପିରେ ଯୋଗଦେବା ନିଷ୍ପତ୍ତି ଜାତୀୟ ରାଜନୀତିରେ କମ୍ପନ ସୃଷ୍ଟି କଲାଭଳି। ଏଇଥିପାଇଁ ଯେ ରାଜନୀତି ଗଣିତ ଭୁଲ କଷିବାରୁ ଗୋଟିଏ ବଡ଼ ରାଜ୍ୟ କଂଗ୍ରେସ ହାତଛଡ଼ା କଲା। ଏଭଳି ଏକ ଘଟଣା ପାଇଁ ଜ୍ୟୋତିରାଦିତ୍ୟଙ୍କର ରାଜ୍ୟ ରାଜନୀତିର ଶୀର୍ଷ ଆସନରେ ବସିବାର ଆସ୍ପର୍ଧା ଏକ ବଡ଼ କାରଣ ନୁହେଁ ବା ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଜିଦ୍ ଅଥବା ଅହଂକାର ସେତେ ପ୍ରଭାବ ପକାଇନି। ବରଂ ମଞ୍ଜ କଥାଟି ହେଲା, କଂଗ୍ରେସ ହାଇକମାଣ୍ଡ ଦଳ ଉପରୁ ନିୟନ୍ତ୍ରଣ ହରାଇଥିବା ପ୍ରମାଣିତ ହୋଇଛି। ରାଜ୍ୟ କଂଗ୍ରେସର ସଭାପତି ହେଉ, କିମ୍ବା ମୁଖ୍ୟମନ୍ତ୍ରୀ ପଦବି, ରାଜ୍ୟସଭା ସଦସ୍ୟ ଚୟନ ନିଷ୍ପତ୍ତି ଏକମାଚ୍ର ହାଇକମାଣ୍ଡଙ୍କର। ଏହାକୁ ନେଇ ଛକାପଞ୍ଝା ଚାଲିଥିଲା, ଯାହାର ଫଳ ଆଜି ପ୍ରକାଶ ପାଇଛି। ଏହି ତିନିଟି ଘଟଣାକୁ ନେଇ କମଳନାଥ-ସିନ୍ଧିଆ-ଦିଗବିଜୟ ସିଂହଙ୍କୁ ମନେଇବାରେ କଂଗ୍ରେସ ହାଇକମାଣ୍ଡ ଶତ ପ୍ରତିଶତ ବିଫଳ ହୋଇଛନ୍ତି।

ଏହି ଘଟଣା ଆହୁରି ଏକ ବଡ଼ ସଙ୍କେତ ଦେଲାଣି ଯେ ଯଦି ତୁରନ୍ତ କଂଗ୍ରେସ ନେତୃତ୍ବ ଜାତୀୟ ସଭାପତି ନିଯୁକ୍ତି ନ ଦିଅନ୍ତି, ତେବେ ଆଗକୁ ସ୍ଥିତି ଆହୁରି ବିପଜ୍ଜନକ ହୋଇପାରେ। କାରଣ, ୨୦୧୯ ମସିହା ସାଧାରଣ ନିର୍ବାଚନ ପରାଜୟ ପରେ ରାହୁଲ ଗାନ୍ଧୀ କଂଗ୍ରେସ ମୁଖିଆ ପଦବିରୁ ଦୂରେଇ ଯାଇଥିଲେ ଓ ମଧ୍ୟବର୍ତୀକାଳୀନ ସଭାପତି ପଦ ହାତେଇଥିଲେ ସୋନିଆ ଗାନ୍ଧୀ। ନିକଟରେ ଶଶି ଥରୁର୍ ଓ ମନୀଷ ତିଵାରୀଙ୍କ ଭଳି ନେତା ସଭାପତି ନିର୍ବାଚନ ଉପରେ ଗୁରୁତ୍ବ ଦେଇଥିଲେ। କଂଗ୍ରେସ ହାଇକମାଣ୍ଡ କିନ୍ତୁ ଚେତିଲେନାହିଁ। ବରଂ ଜ୍ୟୋତିରାଦିତ୍ୟଙ୍କୁ ଉତ୍ତରପ୍ରଦେଶ କଂଗ୍ରେସ ଦାୟିତ୍ବ ଦିଆଗଲା, ତାହା ପୁଣି ପ୍ରିୟଙ୍କା ଗାନ୍ଧୀଙ୍କ ସହିତ। ସଭାପତି ନିଯୁକ୍ତିକୁ ନେଇ ଶୀର୍ଷସ୍ତରରେ ଛକାପଞ୍ଝା ଚାଲିଥିବା ପରିପ୍ରେକ୍ଷୀରେ ଏବେ ହାଇକମାଣ୍ଡଙ୍କ ପାଇଁ କୌଣସି ରାଜ୍ୟ ସଂପର୍କରେ ଯେ କୌଣସି ନିଷ୍ପତ୍ତି ନେବା କାଠିକର ପାଠ ବୋଲି ବିଚାର କରାଯାଇପାରେ।

ଏପଟେ ଜାତୀୟ ଗଣମାଧ୍ୟମ ସୂତ୍ର ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହିତ ଆଲୋଚନା ପରେ ଯାଇ ଶ୍ରୀ ସିନ୍ଧିଆ ଇସ୍ତଫା ଦେଇଥିଲେ। ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ପତ୍ରରେ ସେ କହିଥିଲେ, କଂଗ୍ରେସ ଦଳରେ ଆଉ ରହି ଲୋକଙ୍କ ସେବା କରିବା ଆଉ ସମ୍ଭବ ନୁହେଁ। ଗତବର୍ଷରୁ ଯାହା ଯାହା ଚାଲିଛି, ତାହା ତାଙ୍କୁ ନିଶ୍ଚୟ ଜଣାଥିବ ବୋଲି ସୋନିଆଙ୍କୁ ମନେ ପକାଇ ଦେଇଥିଲେ। ତେବେ ଶ୍ରୀ ସିନ୍ଧିଆ ଆଜି ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନ ଦିଆଯିବ ନାହିଁ। ବରଂ କେନ୍ଦ୍ରରେ ମନ୍ତ୍ରୀ ପଦ ମିଳିବ ବୋଲି ଆଶ୍ବାସନା ଦିଆଯାଇଛି। ସେ ରାଜ୍ୟସଭା ଯିବେ ଓ କେନ୍ଦ୍ରରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବେ। ସନ୍ଧ୍ୟାରେ ବିଜେପି ବିଧାୟକ ଦଳ ଶିବରାଜ ଚୌହାନଙ୍କୁ ବିଧାୟକ ଦଳର ମୁଖିଆ ନିଯୁକ୍ତି ଦେବା ପରେ ସରକାର ଗଠନ ପାଇଁ ଦାବି କରିବେ। ସନ୍ଧ୍ୟା ୭ଟାରେ ଏଭଳି ଘଟଣା ଘଟିବା ପୂର୍ବରୁ ୬ଟା ବେଳେ ଶ୍ରୀ ସିନ୍ଧିଆ ବିଜେପିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଉଲ୍ଲେଖଯୋଗ୍ୟ, ଶ୍ରୀ ସିନ୍ଧିଆ ହଠାତ ବିଜେପିକୁ ଆଖେଇଲେ ତା ନୁହେଁ, ଧାରା ୩୭୦ ଉଚ୍ଛେଦ ବେଳେ ସେ ପ୍ରଧାନମନ୍ତ୍ରୀଙ୍କୁ ଖୋଲା ସମର୍ଥନ ଦେଇଥିଲେ। ଏମିତିରେ ବି ମାଧବ ରାଓ ସିନ୍ଧିଆ ଅକ୍ସଫୋର୍ଡରୁ ପାଠପଢା ସାରି ଫେରିବା ପରେ କିଛି ଦିନ ଜନସଂଘରେ ଥିଲେ। ପରେ ସେ ସୂର୍ଯ୍ୟ ଚିହ୍ନରେ ନିର୍ବାଚନ ଲଢିଥିଲେ, ଯେତେବେଳେ କି ତାଙ୍କ ବିରୋଧରେ ବିଜେପି ପ୍ରାର୍ଥୀ ଦେଇନଥିଲା। କାଳେ ସେ ଘରକୁ ବାହୁଡିବେ। ପରିବାରର ଅନ୍ୟ ସମସ୍ତେ ବିଜେପି ଦଳ ସହିତ ଥିବାରୁ ମାଧବରାଓ ଓ ଜ୍ୟୋତିରାଦିତ୍ୟ ଉଭୟ ଚାପରେ ଥିଲେ। ହେଲେ ମାଧବରାଓ ଫେରିଲେନି, ଜ୍ୟୋତିରାଦିତ୍ୟ ଋଣ ପରିଶୋଧ କଲେ।

Leave A Reply

Your email address will not be published.