ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଆସନ୍ତା ୨୧ ‘ଓଡ଼ିଶା ଜର୍ନାଲିଜିମ୍‌ ଆଓ୍ବାର୍ଡ’

0

ନୂଆଦିଲ୍ଲୀ: ରାଜ୍ୟର ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ବରିଷ୍ଟ ପ୍ରତିଭାସମ୍ପନ୍ନ ସାମ୍ବାଦିକମାନଙ୍କୁ ପଲ୍ଲୀବାଣୀ ମିଶନ ପକ୍ଷରୁ ଦିଆଯାଉଥିବା ‘ଓଡ଼ିଶା ଜର୍ନାଲିଜିମ୍‌ ଆଓ୍ବାର୍ଡ’ର ଷଷ୍ଠ ସଂସ୍କରଣ ଆସନ୍ତା ୨୧ ତାରିଖରେ ପ୍ରଦାନ କରାଯିବ। ନୂଆଦିଲ୍ଲୀର ଲୋଧିରୋଡ୍‌ସ୍ଥିତ ସାଇ ଇଣ୍ଟରନ୍ୟାଶନାଲ ସଭାଗୃହରେ ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଏହି ଅବସରରେ ଏନ୍‌ଡି ଟିଭିର ସାମ୍ବାଦିକା ସିକ୍ତା ଦେଓ, ଓଟିଭି ପୁରୀର ସାମ୍ବାଦିକ ମଧୁସୂଦନ ମିଶ୍ର, କ୍ରୀଡା ସାମ୍ବାଦିକ ସମ୍ବିତ୍‌ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଶିବଶଙ୍କର ନନ୍ଦନ, ନ୍ୟୁଜ୍‌ ୧୮ର ସମ୍ପାଦକ ନରେନ୍ଦ୍ରନାଥ ଜେନା, ନବ ପ୍ରତିଭା ଶ୍ରେଣୀରେ ଅର୍ଗସ ନ୍ୟୁଜ୍‌ ସାମ୍ବାଦିକା ଶତରୂପା ସାମନ୍ତରାୟଙ୍କୁ ‘ଓଡ଼ିଶା ଜର୍ନାଲିଜିମ୍‌ ଆଓ୍ବାର୍ଡ’ ପ୍ରଦାନ କରାଯିବ।

ସେହିପରି ନ୍ୟୁଜ୍‌ ୭ର ଉଦ୍‌ଘୋଷିକା ଇତିଶ୍ରୀ ନାୟକଙ୍କୁ ‘ପ୍ରତିଭା ପଟ୍ଟନାୟକ ଉତ୍କର୍ଷ ସାମ୍ବାଦିକତା ପୁରସ୍କାର’ ପ୍ରଦାନ କରାଯିବ। ଓଡ଼ିଆ ଏବଂ ଓଡ଼ିଶାର ସାମ୍ବାଦିକତା କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ ଓ ପରିଚୟ ହାସଲ କରିଥିବା ସାମ୍ବାଦିକମାନଙ୍କୁ ପ୍ରତିବର୍ଷ ପଲ୍ଲୀବାଣୀ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି।

Leave A Reply

Your email address will not be published.