ପ୍ରମୁଖ ଖବର

ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଅନଲାଇନ ଗେମ୍ ଖେଳିବାକୁ ମନା କରିବାରୁ ଜୀବନ ହାରିଲେ ନାବାଳକ
ରାକ୍ଷୀରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପିଉସା ସମେତ ୫ ଅଟକ
ସ୍ୱାଧୀନତା ଦିବସ ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା
ଭୁବନେଶ୍ୱରର ଘରୋଇ କଲେଜ ପରିସରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ
ସବୁ ସରକାରୀ କାର୍ଯ୍ୟାଳୟରେ ଲାଗିବ ଏଆଇ କ୍ୟାମେରା
ବିଧାନସଭା ଆଗରେ ୭ ବର୍ଷୀୟ ଝିଅ ସହ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ଭାରତୀୟ ବୈଜ୍ଞାନିକ ତିଆରି କଲେ ସୋଲାର ପ୍ଲେନ୍‌

0

ଥରେ ଚାର୍ଜ କଲେ ୯୦ଦିନ ଆକାଶରେ ଉଡିବ
ବେଙ୍ଗାଲୁରୁ: ଭାରତୀୟ ବୈଜ୍ଞାନିକମାନେ ତିଆରି କରିଛନ୍ତି ସୌର ବିମାନ। ଯୁଦ୍ଧ ସମୟରେ ଶତ୍ରୁ ଉପରେ ନଜର ରଖିବା ଏବଂ ପର୍ଯ୍ୟବେକ୍ଷଣ ପାଇଁ ତିଆରି ହୋଇଛି ଏହି ସୌର ବିମାନ। ଏହି ବିମାନ ଥରେ ଚାର୍ଜ ହେଲେ ଲଗାତର ୯୦ ଦିନ ପର୍ଯ୍ୟନ୍ତ ଆକାଶରେ ଉଡ଼ିପାରିବ। ପରୀକ୍ଷାମୂଳକ ଭାବେ ୧୦ ଘଣ୍ଟା ପାଇଁ ଏହାକୁ ସଫଳତାର ସହ ଉଡ଼ାଣ କରାଯାଇଛି।

ଏହାକୁ ବେଙ୍ଗାଲୁରୁର ଜାତୀୟ ଏରୋସ୍ପେସ୍‌ ଲାବୋରେଟୋରି (ଏନ୍‌ଏଏଲ୍‌) ଦ୍ୱାରା ବିକଶିତ କରାଯାଇଛି। ଏହି ସୌର ବିମାନ ସଂପୂର୍ଣ୍ଣ ମାନବବିହୀନ। ଯାହା ଷ୍ଟ୍ରାଟୋସ୍‌ଫେରିକ ସ୍ତରରେ ଉଡ଼ୁଛି ଏବଂ ୧୭-୨୦ କିଲୋମିଟର ଉଚ୍ଚତାରେ ଦିନରାତି କାର୍ଯ୍ୟ କରିବାରେ ସକ୍ଷମ ହୋଇପାରିବ। ଏହି ବିମାନର ଏକ କିଲୋଗ୍ରାମର ଭାର ସହିତ ୨୪ ଘଣ୍ଟାର ଉଡ଼ାଣ କ୍ଷମତା ରହିଛି।ଏନଏଏଲ ଅନୁଯାୟୀ, ସୌର ବିମାନ ଯୁଦ୍ଧ ସମୟରେ ନିରନ୍ତର ନଜର ରଖିବା ସହିତ ବାୟୁ ପ୍ରତିରକ୍ଷା ଅସ୍ତ୍ର ଭାବରେ କାର୍ଯ୍ୟ କରିପାରିବ।

Leave A Reply

Your email address will not be published.