ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଗିରଫ

0

ବାଲେଶ୍ୱର: ବନ୍ଧାହେଲେ ବାଲେଶ୍ୱର ରୁରାଲ୍‌ ୱାର୍କସ ମୁଖ୍ୟଯନ୍ତ୍ରୀ ଏନ୍‌ଭି ହରିହର ରାଓ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଆଜି ଯନ୍ତ୍ରୀ ବାବୁଙ୍କୁ ଗିରଫ କରିଛି ଭିଜିଲାନ୍ସ। ଶୁକ୍ରବାର ରାଓଙ୍କ ବିଭିନ୍ନ ସ୍ଥାନରେ ରେଡ୍‌ କରି ବିପୁଳ ସଂପତ୍ତି ପାଇଥିଲା ଭିଜିଲାନ୍ସ।

ଉଲ୍ଲେଖଯୋଗ୍ୟ; ଗତକାଲି ଭିଜିଲାନ୍ସର ୧୧ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଓ ୧୧ ଜଣ ଏଏସଆଇ ସାମିଲ୍ ହୋଇ ବାଲେଶ୍ଵର ଗ୍ରାମ୍ୟ ନିର୍ମାଣ ବିଭାଗ ମଣ୍ଡଳ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନ ଭି ହରିହର ରାଓଙ୍କ ସ୍ତାବର ଅସ୍ତାବର ସମ୍ପତ୍ତି ଉପରେ ଚଢାଉ ଆରମ୍ଭ କରିଥିଲା। କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ମୁଖ୍ୟଯନ୍ତ୍ରୀଙ୍କ ବ୍ରହ୍ମପୁର ପୈତୃକ ଘର, ଭୁବନେଶ୍ୱର, ଫୁଲବାଣୀ, କେଉଁଝର ଏବଂ ବାଲେଶ୍ୱର ସମେତ ୧୧ଟି ଜାଗାରେ ଏକା ବେଳେ ଚଢଉ କରାଯାଇଥିଲା। ଚଢ଼ଉ ପରେ ୩.୪୩ କୋଟିର ସ୍ଥାୟୀ ଜମା, ୪୬ ଲକ୍ଷ ଟଙ୍କା ନଗଦ , ୫୧୦ ଗ୍ରାମ୍ ସୁନା, ୨ଟି କୋଠା ଓ ୪ଟି ଦାମୀ ପ୍ଲଟ୍ ଠାବ କରିଛି ଭିଜିଲାନ୍ସ। ତେବେ ଗିରଫ ପରେ ଆଜି ମୁଖ୍ୟଯନ୍ତ୍ରୀ ଏନ ଭି ହରିହର ରାଓଙ୍କୁ କୋର୍ଟଚାଲାଣ କରାଯିବ ।

Leave A Reply

Your email address will not be published.