ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

୧୧ ଲକ୍ଷ ଫାଇନ ଦେବ ବୁର୍ଲା ଭୀମସାର

0

ବୁର୍ଲା: ବୁର୍ଲା ଭୀମସାରକୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ୧୧ ଲକ୍ଷ ୨୨ ହଜାର ଟଙ୍କା ଜରିମାନା କରାଯାଇଛି। ଠିକ୍ ଭାବେ ବର୍ଜ୍ୟ ବସ୍ତୁ ପରିଚାଳନା କରାଯାଉ ନ ଥିବା ଅଭିଯୋଗରେ ଏହି ଜରିମାନା କରାଯାଇଥିବା ସୂଚନା ରହିଛି।

୨୦୨୩ ଅଗଷ୍ଟ ମାସରେ ଭୀମସାରକୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପରିଦର୍ଶନରେ ଆସିଥିଲେ। ମେଡିକାଲର ବିପର୍ଯ୍ୟସ୍ତ ବର୍ଜ୍ୟ ବସ୍ତୁ ପରିଚାଳନାକୁ ନେଇ ଉଦବେଗ ପ୍ରକାଶ କରିବା ସହ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଭୀମସାରକୁ ୨ ଥର ମଧ୍ୟ ଚିଠି ଲେଖିଥିଲେ। ହେଲେ କୌଣସି ପରିବର୍ତ୍ତନ ନ ହେବା କାରଣରୁ ଏନେଇ ସେପ୍ଟେମ୍ବର ୧୦ ତାରିଖରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏଥିପାଇଁ ଭୀମସାରକୁ ୧୧ ଲକ୍ଷ ୨୨ ହଜାର ଟଙ୍କାର ଫାଇନ କରିଛନ୍ତି। ଅନ୍ୟପଟେ ଏହାକୁ ସ୍ବୀକାର କରିଛନ୍ତି ଭୀମସାର ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବଗ୍ରାହୀ ରଥ। ସେ କହିଛନ୍ତି ଯେ, ଏହି ଅଭିଯୋଗ ସତ ଅଟେ। ଖୁବ୍‌ ଶୀଘ୍ର ବର୍ଜ୍ୟବସ୍ତୁ ପରିଚାଳନା ଠିକ୍ ଭାବେ କରାଯିବ।

Leave A Reply

Your email address will not be published.