ଗୁଜରାଟ: ଲୋପ ପାଉଛି ମାନବିକତା।ପଶୁ ଠାରୁ ବି ହୀନ ହୋଇଯାଉଛି ମଣିଷ। ଗୁଜରାଟର ଭାରୁଚ୍ ଜିଲାରେ ରବିବାର ଆଉ ଏକ ଲଜ୍ଜାଜନକ ଘଟଣା ଘଟିଛି। ଭାରୁଚ୍ ଜିଲ୍ଲାର ପାନୋଲି ଗ୍ରାମରେ ଏକ ୧୦ମାସର ଶିଶୁକୁ ବଳାତ୍କାର କରାଯାଇଛି। ପିଲାଟି ଘର ଅଗଣାରେ ଖେଳୁଥିବାବେଳେ ଅଭିଯୁକ୍ତ ଦୀପକ କୁମାର ଲାଲବାବୁ ସିଂ ତାଙ୍କୁ ନିଜ ଘରକୁ ନେଇଯାଇ ବଳାତ୍କାର କରିଥିଲେ।
ପୋଲିସ କହିବା ଅନୁଯାୟୀ ଶିଶୁଟିର ମାଆ ଏକ ରେଷ୍ଟୁରାଣ୍ଟରେ କାମ କରନ୍ତି। ଅଭିଯୁକ୍ତ ଅନେକ ସମୟରେ ତାଙ୍କ ଘରକୁ ଯିବାଆସିବା କରୁଥିଲେ ଓ ଶିଶୁଟି ସହ ଖେଳୁଥିଲେ। ରବିବାର ଶିଶୁର କାନ୍ଦ ଶୁଣି ତାଙ୍କ ଜେଜେମା’ ଧାଇଁଯାଇଥିଲେ। ଶିଶୁଟି ରକ୍ତାକ୍ତ ହେବା ସହ ଗୁରୁତର ଆହତ ହୋଇଥିବା ଦେଖି ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କୁ ଧରି ପୋଲିସ ଜିମା ଦେଇଥିଲେ। ଗୁରୁତର ଅବସ୍ଥାରେ ଶିଶୁକୁ ତାଙ୍କ ମାଆ ଭାରୁଚ୍ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ପୋଲିସ ପୋକ୍ସୋ ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତାରେ ମାମଲା ରୁଜୁକରି ତଦନ୍ତ ଚଳାଇଛି।
ପ୍ରମୁଖ ଖବର
ସୁନ୍ଦରଗଡ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ମୃତ, ୩ ଗୁରୁତର
ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରେ ରୁପା ଛାଉଣୀ କାମ ଆରମ୍ଭ
ମନ କି ବାତରେ ପ୍ରଧାନମନ୍ତ୍ରୀଙ୍କ ମୁହଁରେ କଳାହାଣ୍ଡି ଚାଷୀଙ୍କ ପ୍ରଶଂସା
ଆସନ୍ତା ୩୧ରୁ ୪ ଜିଲ୍ଲା ଗସ୍ତ କରି କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିବେ ନବୀନ ପଟ୍ଟନାୟକ
ଓସିଏ ସଭାପତି ପଦ ଛାଡିଲେ ବବି ଦାସ