ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ସରୋଗେସି ମାତୃତ୍ୱ ପାଇଁ ମିଳିବ ଛୁଟି

0

ମହିଳା କର୍ମଚାରୀଙ୍କୁ ୧୮୦ ଦିନ ଓ ପୁରୁଷ କର୍ମଚାରୀଙ୍କୁ ମିଳିବ ୧୫ ଦିନ
ଭୁବନେଶ୍ବର: ଏଥର ସରୋଗେସି ମାତୃତ୍ୱ ପାଇଁ ମିଳିବ ଛୁଟି। ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ସୂଚନା ପ୍ରଦାନ କରାଯାଇଛି। ସରୋଗେସି ମାତୃତ୍ୱ ପାଇଁ ମହିଳା ସରକାରୀ କର୍ମଚାରୀଙ୍କୁ ୧୮୦ ଦିନର ମାତୃତ୍ୱ ଛୁଟି ଓ ପୁରୁଷ କର୍ମଚାରୀଙ୍କୁ ୧୫ଦିନର ପିତୃତ୍ୱ ଛୁଟି ପ୍ରଦାନ କରାଯିବାର ସୁବିଧା କରାଯିବ। ସରୋଗେସି ଦ୍ୱାରା ମାତା, ପିତା ହୋଇଥିବା ସରକାରୀ କର୍ମଚାରୀଙ୍କୁ ଛୁଟି ପ୍ରଦାନ ପ୍ରସ୍ତାବ ସରକାରଙ୍କ ଅଧୀନରେ ବିଚାରଧୀନ ଥିଲା। ଗୁରୁବାର ଗୃହ ବିଭାଗ ପକ୍ଷରୁ ପତ୍ର ମାଧ୍ୟମରେ ଏ ନେଇ ସୂଚନା ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ଗତ ଜୁନ୍‌ ମାସରେ ଏହି ଛୁଟି ପ୍ରଦାନ କରିଛନ୍ତି। ତେବେ ରାଜ୍ୟରେ ମଧ୍ୟ ଏହା କାର୍ଯ୍ୟକାରୀ ହେବା ପରେ ଉଧାର ମାତୃତ୍ୱ କର୍ମଚାରୀଙ୍କୁ ଏକ ବଡ଼ ଖୁସି ଖବର ମିଳିଛି।

ଅର୍ଥ ବିଭାଗର ବିଜ୍ଞପ୍ତି ଅନୁସାରେ, ଜଣେ ରାଜ୍ୟ ସରକାରୀ ମହିଳା କର୍ମଚାରୀ, ଯିଏ ଦୁଇରୁ କମ ଜୀବିତ ସନ୍ତାନ ଥାଇ ‘ସରୋଗେଟ ମାତା’ ହୁଅନ୍ତି, ସେ ୧୮୦ ଦିନର ମାତୃତ୍ୱ ଛୁଟି ଲାଭ କରିବାକୁ ଯୋଗ୍ୟ ବିବେଚିତ ହେବେ। ସେହିପରି ଅଧିଷ୍ଠାତା ମାତା ଅର୍ଥାତ କମିସନିଙ୍ଗ ମଦର ମଧ୍ୟ ୧୮୦ ଦିନର ମାତୃତ୍ୱ ଛୁଟି ପାଇପାରିବେ। ଏଥିସହ ଜଣେ ରାଜ୍ୟ ସରକାରୀ ପୁରୁଷ କର୍ମଚାରୀ, ଯିଏ ଦୁଇରୁ କମ ଜୀବିତ ସନ୍ତାନ ଥାଇ ‘ଅଧିଷ୍ଠାତା ପିତା’ ବା କମିସନିଙ୍ଗ ଫାଦର ହୁଅନ୍ତି, ସେ ସନ୍ତାନ ଜନ୍ମ ତାରିଖରୁ ୬ ମାସ ମଧ୍ୟରେ ୧୫ ଦିନର ପିତୃତ୍ୱ ଛୁଟି ଲାଭ କରିବାକୁ ଯୋଗ୍ୟ ବିବେଚିତ ହେବେ। ତେବେ ଏହି ଛୁଟି ଲାଭ କରିବାକୁ ସରୋଗେସି ଉପରେ ହୋଇଥିବା ରାଜିନାମା ସହିତ ପଞ୍ଜୀକୃ ଡାକ୍ତର, ଡାକ୍ତରଖାନାରୁ ପ୍ରାପ୍ତ ଚିକିତ୍ସା ସମ୍ବନ୍ଧିତ ଦସ୍ତାବିଜ ଦେବାକୁ ପଡ଼ିବ। ଏହା ଗୁରୁବାରଠାରୁ କାର୍ଯ୍ୟକାରୀ ହେବ ବୋଲି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ରାଜ୍ୟପାଳଙ୍କ ଆଦେଶକ୍ରମେ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ପତ୍ର ମାଧ୍ୟମରେ ଜଣାଇଛନ୍ତି।

Leave A Reply

Your email address will not be published.