ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ଖୁବ୍ ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା

0

ଭୁବନେଶ୍ବର: ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ନେଇ ବଡ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି, ରାଜ୍ୟରେ ଖୁବଶୀଘ୍ର ଏହି ଦୁଇ ଯୋଜନା ଲାଗୁ ହେବ। ଯୋଜନା ଲାଗୁ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ସରକାରଙ୍କ ସହ ଏମଓୟୁ ହେବ, ସେନେଇ ପ୍ରସ୍ତୁତି ଚାଲିଛି। ୧ କୋଟି ପରିବାରର ସାଢ଼େ ୩ କୋଟି ଲୋକ ପାଇବେ ସ୍ୱାସ୍ଥ୍ୟକାର୍ଡ। କାର୍ଡରେ ଦେଶର ୨୭ ହଜାର ହସ୍ପିଟାଲରେ ସ୍ବାସ୍ଥ୍ୟସେବା ପାଇ ପାରିବେ।

ସ୍ବାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ୬୭ ଲକ୍ଷ ପରିବାର ଆୟୁଷ୍ମାନ ଯୋଜନାରେ ଅନ୍ତର୍ଭୁକ୍ତ ହେବେ। ବଳକା ଅନ୍ୟ ପରିବାର ଗୋପବନ୍ଧୁ ଯୋଜନାରେ ସୁବିଧା ପାଇବେ । ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ମିଳିବ। ୭୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ୨୭ ହଜାରରୁ ଅଧିକ ହସ୍ପିଟାଲରେ ଏହି କାର୍ଡ କାମ କରିବ ବୋଲି ମନ୍ତ୍ରୀ କହିଛନ୍ତି। ଦେଶର ଗରିବ ଏବଂ ନିମ୍ନ ମଧ୍ୟବିତ୍ତ ଆୟ ବର୍ଗର ଲୋକଙ୍କୁ ସ୍ବସ୍ଥ୍ୟ ସୁରକ୍ଷା ଯୋଗାଇଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଦେଶର ପ୍ରାୟ ୫୦ କୋଟି ଲୋକ ଉପକୃତ ହୋଇସାରିଛନ୍ତି।

Leave A Reply

Your email address will not be published.